ଗୁଲାମ ନବୀ ହେବାକୁ ଯାଉଛନ୍ତି J&Kର ଆଗାମୀ ଉପରାଜ୍ୟପାଳ? ଜାଣନ୍ତୁ କଣ କହିଲେ ଆଜାଦ୍
1/10/2023 at 9:25 PM

ଶ୍ରୀନଗର ୧।୧୦: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କେନ୍ଦ୍ର ଶାସିତ ପ୍ରଦେଶର ଉପରାଜ୍ୟପାଳ ହେବେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଗୁଲାମ ନବୀ ଏହି ଚର୍ଚ୍ଚାକୁ ରବିବାର ତୁଛା ଗୁଜବ ବୋଲି କହିଛନ୍ତି। ସେ କୌଣସି ପଦପଦବୀ ନିମନ୍ତେ ଆଗ୍ରହୀ ନୁହନ୍ତି ବୋଲି କହିଛନ୍ତି। ପୂର୍ବତନ କଂଗ୍ରେସ ନେତା କହିଛନ୍ତି ଯେ ସେ ରୋଜଗାରର ଅନ୍ୱେଷଣରେ ନାହାନ୍ତି, ସେ ଜମ୍ମୁ-କାଶ୍ମୀର ରାଜ୍ୟର ଲୋକଙ୍କ ସେବା କରିବାକୁ ଚାହାନ୍ତି। ତେବେ ରାଜ୍ୟରେ ଗୁଲାମ ନବୀ ଆଗାମୀ ଉପରାଜ୍ୟପାଳ ହୋଇପାରନ୍ତି ବୋଲି ଗୁଜବ ରଟୁଛି।
ରବିବାର ଆଜାଦ ତାଙ୍କ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି(ଡିପିଏପି)ର ସ୍ଥାପନା ଦିବସ ଅବସରରେ ଅନୁଷ୍ଠିତ ଏକ ଜନସମାବେଶକୁ ସମ୍ବୋଧିତ କରି କହିଛନ୍ତିଯେ ମୁଁ ଲୋକଙ୍କୁ ଅନୁରୋଧ କରିବି ସେମାନେ ଏପରି ଗୁଜବ ଉପରେ ଭରସା ନ କରନ୍ତୁ। ସେ କହିଛନ୍ତି ଯେ ମୁଁ ରୋଜଗାର ସନ୍ଧାନରେ କରିବାକୁ ଅସି ନାହିଁ, ଲୋକଙ୍କ ସେବା କରିବାକୁ ଚାହୁଁଛି। ଏଠାରେ ଏବେ ନୂଆ ଗୁଜବ ଗୁଲାମ ନବୀ ଜମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ ହେବାକୁ ଯାଉଛନ୍ତି।
ଆଜାଦ ଗତବର୍ଷ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କ ଡିପିଏପିର ଗଠନ କରିଥିଲେ। ତେବେ ବିଜେପି କହିବା ଯୋଗୁ ସେ ଜମ୍ମୁ-କାଶ୍ମୀରରେ ରାଜନୀତିକୁ ଲେଉଟିଥିବାର ମଧ୍ୟ ଆଲୋଚନା ହେଉଛି। ସେ କହିଛନ୍ତି ଯେ ଯେତେବେଳେ ୨୦୦୫ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଆସିଥିଲି ସେତେବେଳେ ମୁଁ କେନ୍ଦ୍ରରେ ୨ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଗୃହ, ନଗର ବିକାଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ଛାଡିଥିଲି। ଏହା ମାନେ ନୁହେଁ ଯେ ମୋ ପାଖରେ କାମ ନାହିଁ, ଆଜାଦ କହିଛନ୍ତି ଯେ ବେକାରୀ ଓ ମୂଲ୍ୟବୃଦ୍ଧି ଜମ୍ମୁ-କାଶ୍ମୀରର ଦୁଇଟି ମୁଖ୍ୟ ସମସ୍ୟା। ଯାହାର ସମାଧାନ ସେ କ୍ଷେତ୍ରର ପର୍ଯ୍ୟଟନ କ୍ଷମତା ବଢାଇ କରିବାକୁ ଚାହାନ୍ତି ବୋଲି କହିଛନ୍ତି।
ସେ କହିଛନ୍ତି ଯେ ରାଜ୍ୟର ପର୍ଯ୍ୟଟନରେ ସବୁ ବର୍ଗଙ୍କୁ ରୋଜଗାର ଦେବାର କ୍ଷମତା ରହିଛି। ଏକ ଟ୍ୟୁଲିପ ଗାର୍ଡନ ଯାହା ୨୦୦୭ରେ ନିର୍ମାଣ କରାଯାଇଥିଲା, ହଜାର ହଜାର ଲୋକଙ୍କୁ ରୋଜଗାର ଦେଇଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀ ରୂପେ ଯୋଜନା ଥିଲା ସବୁ ଜିଲ୍ଲାରେ ୧୦ରୁ ୧୨ ପର୍ଯ୍ୟଟନ ସ୍ଥଳର ବିକାଶ କରାଯାଉ। ଯୋଜନା ଥିଲା ହୋମଷ୍ଟେ ସୁବିଧା ସ୍ଥାପିତ କରିବା ପାଇଁ ଲୋକଙ୍କୁ ଋଣ ଦିଆଯାଉ, ଯାହା ଦ୍ୱାରା ଲୋକଙ୍କୁ ଆୟର ଅବସର ମିଳିପାରିବ। ଏହି ଅବସରରେ ସେ ୩୭୦ ଓ ୩୫-ଏ ଧାରାକୁ ସମାପ୍ତ କରାଯିବା ଉପରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଗତ କିଛି ବର୍ଷ ହେଲା କିଛି ରାଜନୈତିକ ଭୁଲ ହୋଇଛି। ଯାହା ରାଜ୍ୟକୁ ଆଗକୁ ବଢେଇବା ବଦଳେ ପଛକୁ ଠେଲି ଦେଇଛି। ଗତ ୯ ବର୍ଷରେ ଧାରା ୩୭୦ ଓ ୩୫-ଏ କୁ ହଟାଇ ଏକ ବଡ ଭୁଲ କରାଯାଇଛି। ତେବେ ଆଜାଦ ପାର୍ଟି ନେତାମାନଙ୍କୁ ବିରୋଧୀଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ ନ କରିବାକୁ ପରାମର୍ଶ ଦେଇଛନ୍ତି।