କାଶ୍ମୀରରେ ରାଲିକୁ ନେଇ ଗୁଲାମ ନବୀ ଆଜାଦଙ୍କୁ ଆତଙ୍କବାଦୀ ଧମକ

Published By : Prameya-News7 Bureau | September 15, 2022 IST

ନୂଆଦିଲ୍ଲୀ: ମିସନ କାଶ୍ମୀର ନେଇ ଜାମ୍ମୁ-କାଶ୍ମୀର ବିଭିନ୍ନ ସ୍ଥାନରେ ରାଲି କରୁଥିବା ଗୁଲାମ ନବୀ ଆଜାଦଙ୍କୁ ଆତଙ୍କବାଦୀ ଧମକ। ଆଜାଦଙ୍କୁ ଧମକ ଦେଲା ଆତଙ୍କବାଦୀ ସଂଗଠନ ଲସ୍କର ଇ ତାଇବା। ସୋସିଆଲ୍ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟର ବି ଶେୟାର କରାଯାଇଛି।

ଏହି ପୋଷ୍ଟରରେ ଲେଖାଯାଇଛି " ଧୋକାବାଜ ହୃଦୟରେ କେବେ ବିଶ୍ୱାସନୀୟତା ନଥାଏ। ନିଜକୁ ବିଶ୍ୱାସୀ ଦେଖାଇବା ପାଇଁ ଏଭଳି ମିଛ କାର୍ଯ୍ୟ ହେଉଛି।" ଆଜାଦ ରାଜନୀତି ଦୁନିଆରେ ଏକ ବହୁରୁପୀ ଏଣ୍ଡୁଅ ବୋଲି ଆତଙ୍କବାଦୀମାନେ ପୋଷ୍ଟରରେ କହିଛନ୍ତି।

ପୋଷ୍ଟରରେ ଆହୁରି ମଧ୍ୟ କୁହାଯାଇଛି ଯେ କାଶ୍ମୀରକୁ ନେଇ ଆଜାଦଙ୍କ ରାଜନୀତି ସୁନିୟୋଜିତ ପଦକ୍ଷେପ। ସେ ବିଜେପି ସହ ହାତ ମିଳାଇ ଯୋଜନାବଦ୍ଧଭାବେ କାମ କରୁଛନ୍ତି ବୋଲି ଏଲ୍‌ଇଟି ପୋଷ୍ଟରରେ ଦର୍ଶାଇଛି। ଆଜାଦ ଅମିତ ଶାହ ଓ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ବୈଠକ କରିଛନ୍ତି ବୋଲି ସଂଗଠନ ପୋଷ୍ଟରରେ ଦର୍ଶାଇଛି।

ଏପଟେ ଏଲ୍‌ଇଟି ପୋଷ୍ଟର ଭାଇରାଲ୍ ହେବା ପରେ ମାମଲା ସମ୍ନାକୁ ଆସିଛି। ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୁଲାମ ନବୀ ଆଜାଦ। ତାଙ୍କର ବିଜେପି ସହ କୌଣସି ସମ୍ପର୍କ ନାହିଁ କି ସେ ଡୋଭାଲଙ୍କୁ ଭେଟି ନାହାନ୍ତି ବୋଲି ଅଜାଦ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.