କଂଗ୍ରେସରୁ ଇସ୍ତଫା ପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ଗୁଲାମ ନବୀ ଆଜାଦ, କହିଲେ- ମୋତେ ବାଧ୍ୟ କରାଗଲା

Published By : Prameya-News7 Bureau | August 29, 2022 IST

ନୂଆଦିଲ୍ଲୀ ୨୯।୮: କଂଗ୍ରେସ ଦଳ ଛାଡିବା ପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ସୋମବାର କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ସାମ୍ନା କରିଛନ୍ତି । ତେବେ ସେ କାହିଁକି କଂଗ୍ରେସ ଦଳ ଛାଡିଛନ୍ତି ସେ ନେଇ ପ୍ରଥମ ଥର ନିଜ ପ୍ରତିକ୍ରିୟା ରଖିଛନ୍ତି ।କଂଗ୍ରେସରୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ତାଙ୍କୁ ଦଳ ଛାଡିବାକୁ ବାଧ୍ୟ କରାଯାଇଥିଲା । ଚାପୁଲାସି କରୁଥିବା ଲୋକଙ୍କୁ ଦଳରେ ସ୍ଥାନ ଦିଆଗଲା । ଯେଉଁଥି ପାଇଁ ସେ କଂଗ୍ରେସ ଡଦଳ ଛାଡିବାକୁ ବାଧ୍ୟ ହେଲେ ।

ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା । ଏକ ଘଟଣା ବିଷୟରେ କହିବା ବେଳେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ପୂର୍ବରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଷ୍ଠୁର ବୋଲି ମନେ କରୁଥିଲି, କିନ୍ତୁ ସେ ମାନବିକତା ଦେଖାଇଛନ୍ତି । ସେ କହିଛନ୍ତି, ‘କାଶ୍ମୀରରେ ଗୁଜୁରାଟର ବସ୍ ଉପରେ ଆକ୍ରମଣ ହୋଇଥିଲା, ମୁଁ ସେହି ଘଟଣାକୁ ଭୁଲି ପାରିବି ନାହିଁ । ମୁଁ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲି ଏବଂ ତାଙ୍କ ସହ ଫୋନରେ କଥା ହୋଇଥିଲି ।’

କଂଗ୍ରେସ ଛାଡିବା ପ୍ରଶ୍ନରେ ଗୁଲାମ ନବୀ ଆଜାଦ କହିଛନ୍ତି, କିଏ ନିଜେ ପରିବାର ଛାଡିବାକୁ ଚାହେଁ । ମୋତେ ପରିବାର ଲୋକ ହିଁ କଂଗ୍ରେସ ଦଳ ଛାଡିବାକୁ ବାଧ୍ୟ କରିଥିଲେ । ଯେତେବେଳେ ପରିବାର ଲୋକଙ୍କୁ ଲାଗେ ଯେ ଏହି ଲୋକ ଆଉ ଦରକାର ନାହିଁ ଏବଂ ଆମକୁ ସେଠାରେ ପର ବୋଲି କୁହାଯାଏ, ତେବେ ପରିବାରରେ ରହୁଥିବା ବ୍ୟକ୍ତିଙ୍କ କାମ ସେଠାରୁ ଚାଲିଯିବା । ମୁଁ ଏଥିପାଇଁ ଅଧିକ ଦୁଃଖିତ ଯେ, ଦଳରେ ଚାଟୁକାର ଅଥବା ଟ୍ବିଟ୍ କରୁଥିବା ବ୍ୟକ୍ତିଙ୍କୁ ପଦବୀ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.