AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଗୁଲାମ ନବୀ ଆଜାଦ କରିପାରନ୍ତି ଘର ବାହୁଡା ! ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷି ଛାଡିଥିଲେ କଂଗ୍ରେସ

30/12/2022 at 5:22 PM

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରି କଂଗ୍ରେସ ଛାଡିଥିବା ଗୁଲାମ ନବୀ ଆଜାଦ ପୁଣି ଥରେ ପାର୍ଟିକୁ ଫେରିପାରନ୍ତି । ଗୁଲାମ ନବୀ ଆଜାଦ ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଶୀଘ୍ର ଏହା ଉପରେ ସେ ନିଷ୍ପତ୍ତି ନେଇପାରନ୍ତି । କଂଗ୍ରେସ ସୂତ୍ର ଅନୁସାରେ ଭାରତ ଯୋଡୋ ଯାତ୍ରା ଆସନ୍ତା ମାସରେ ଜାମ୍ମୁ-କାଶ୍ମୀରରେ ପହଞ୍ଚିବ ଏବଂ ଏହି ସମୟରେ ଗୁଲାମ ନବୀ ଆଜାଦ ପାର୍ଟିର ଅଂଶ ହୋଇପାରନ୍ତି । ଚଳିତ ବର୍ଷ ଅଗଷ୍ଟ ୨୬ରେ ଆଜାଦ ନିଜର ୫୨ ବର୍ଷ ପୁରୁଣା ସମ୍ପର୍କ ଛିନ୍ନ କରିଥିଲେ ଏବଂ ନିଜର ନୂଆ ଦଳ ଗଠନ କରିଥିଲେ । ନିଜ ଇସ୍ତଫା ପତ୍ରରେ ସେ କଂଗ୍ରେସର ବର୍ତ୍ତମାନ ସ୍ଥିତି ପାଇଁ ରାହୁଲ ଗାନ୍ଧୀକୁ ଦାୟୀ କରିଥିଲେ । ତେବେ ସେ ସୋନିଆ ଗାନ୍ଧୀଙ୍କ ପ୍ରଶଂସା କରିଥିଲେ ।

କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ଆଜାଦ ଅକ୍ଟୋବରରେ ଡେମୋକ୍ରେଟିକ୍ ଆଜାଦ ପାର୍ଟି ନାଁରେ ନୂଆ ଦଳ ଗଠନ କରିଥିଲେ । ଗୁଜରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନରେ ଆଜାଦ କହିଥିଲେ ଯେ ବିଜେପିର ମୁକାବିଲା କେବଳ କଂଗ୍ରେସ ହିଁ କରିପାରିବ । ଏହାସହ ସେ କହିଥିଲେ ଯେ ସେ କଂଗ୍ରେସ ବିରୋଧରେ ନୁହନ୍ତି ବରଂ ଏହାର ଦୁର୍ବଳ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଗୁଲାମ ନବୀ ଆଜାଦଙ୍କ ଏହି ବୟାନ ପରେ ଏହା ଅନୁମାନ କରାଯାଉଛି ଯେ କଂଗ୍ରେସକୁ ତାଙ୍କର ଘର ବାହୁଡା ହୋଇପାରେ ।

ପାର୍ଟିର ସୂତ୍ର ଅନୁସାରେ ଦିଗବିଜୟ ସିଂଙ୍କ ଅପିଲ ପରେ ଜି-୨୩ ସଦସ୍ୟ ଅଖିଳେଶ ପ୍ରସାଦ ସିଂ ଏବଂ ଭୂପିନ୍ଦର ସିଂ ହୁଡ୍ଡା, ଆଜାଦଙ୍କ ସହ କଥା ହୋଇଥିଲେ । ଏହି ଦୁଇ ନେତା ଆଜାଦଙ୍କୁ କଂଗ୍ରେସକୁ ଫେରିବା ପାଇଁ ରାଜି କରାଇଛନ୍ତି ।  

   Related Posts