ସମବାୟ ବ୍ୟାଙ୍କରେ ବଡ ଦୁର୍ନୀତି : ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ବେ।କା ବନାଇ ୮ଲକ୍ଷ ଟଙ୍କା ଉଠାଇନେଲେ ଦୁର୍ବୃତ୍ତ

Published By : Prameya-News7 Bureau | November 02, 2019 IST

ବଲାଙ୍ଗୀର ୨/୧୧: ବଲାଙ୍ଗୀର ସମବାୟ ବ୍ୟାଙ୍କରେ ଘେ।ଟାଲା । ହଜାରେ କି ୨ ହଜାର ନୁହେଁ, ୮ଲକ୍ଷ ଟଙ୍କା ଚଳୁ କରିଦେଇଛି ଜଣେ ଅସ୍ଥାୟୀ କର୍ମଚାରୀ । ବ୍ୟାଙ୍କ କର୍ମଚାରୀଙ୍କ ଠାରୁ କୌଶଳକ୍ରମେ ଗ୍ରାହକଙ୍କ ଡାଟା ହାତେଇ ୮ଲକ୍ଷ ଟଙ୍କା ଉଠାଇ ନେଇଛି । ଘଟଣାକୁ ନେଇ ଗ୍ରାହଙ୍କ ଭିତରେ ଛନକା ପଶିଥିବା ବେଳେ ତଦନ୍ତ ଆରମ୍ଭ କରିଛନ୍ତି ଏସପି ।

{"id":178177}

ବଲାଙ୍ଗୀର ସମବାୟ ବ୍ୟାଙ୍କରେ ବଡ ଦୁର୍ନୀତି ।ଲେ।କଙ୍କ ଖାତାରୁ ଗାଏବ ହେ।ଇଯାଉଛି ଟଙ୍କା । ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ବେ।କା ବନାଇ ୮ଲକ୍ଷ ଟଙ୍କା ଉଠାଇ ନେଇଛି ଦୁର୍ବୃତ୍ତ । ଏହି ଦୁର୍ନୀତି ପଛରେ ରହିଛି ବ୍ୟାଙ୍କର ଜଣେ ଅସ୍ଥାୟୀ ଡାଟା ଅପରେଟର ନୀଳମଣି ତ୍ରିପାଠୀ । ଡାଟା ଏଣ୍ଟ୍ରି ବେଳେ ଚଞ୍ଚକତା କରି ୧୨ଜଣ ଖାତାଧାରୀଙ୍କ ପାସଓ୍।ର୍ଡ ହାସଲ କରି ୮ ଲକ୍ଷ ଟଙ୍କା ଉଠାଇ ନେଇଛି କର୍ମଚାରୀ ଜଣକ ।କିଛି ଗ୍ରାହକ ନିକଟରେ ଟଙ୍କା ଉଠାଇବା ପରେ ଆକାଉଣ୍ଟରୁ ଟଙ୍କା ଗାଏବ ହେ।ଇଥିବା ଜଣାପଡିଥିଲା । ଆଉ ବ୍ୟାଙ୍କର ସିସିଟିଭି ଚେକ୍ କରିବା ପରେ ଧରାପଡିଥିଲା ସତ । ଏତଲା ପରେ ଖେ।ଳତାଡ ଆରମ୍ଭ କରିଛି ପେ।ଲିସ ।

{"id":178178}

ଘଟଣା ପରେ ଆତଙ୍କିତ ହେ।ଇପଡିଛନ୍ତି ଗ୍ରାହକ । ତେଣୁ ଲୋକଙ୍କୁ ଭୟଭୀତ ନହେବା ସହ ବ୍ୟାଙ୍କ ଉପରେ ବିଶ୍ବାସ ରଖିବା ପାଇଁ ସମ୍ବାଦିକ ସମ୍ବିଳନୀ ଜରିଆରେ ଅନୁରେ।ଧ କରିଛି ବ୍ୟାଙ୍କ କର୍ମଚାରୀ ସଂଘ । ବ୍ୟାଙ୍କରେ କର୍ମଚାରୀ ଅଭାବ ଯେ।ଗୁଁ ନୀଳମଣିକୁ ନିଯୁକ୍ତି ଦିଆଯାଇଥିଲା । ବ୍ୟାଙ୍କରୁ ଏଟିଏମ ଓ ପାସଓ୍ବାର୍ଡ ରଖିବା ଦାୟିତ୍ବ ଦିଆଯାଇଥିବାବେଳେ ସେ ଏହାର ଫାଇଦା ଉଠାଇଛି । ତେଣୁ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛି ସଂଘ।

{"id":178179}

ବ୍ୟାଙ୍କ କର୍ମଚାରୀ ହିଁ ବ୍ୟାଙ୍କ ରୁ ଲୋକଙ୍କ ଟଙ୍କା ଲୁଟିନେବା ପରେ ଲୋକଙ୍କ ମନରେ ଉଠିଛି ସଂଦେହ। ତେବେ ଏହାର ତଦନ୍ତ କରିବା ସହ ବ୍ୟାଙ୍କ କାର୍ଯ୍ୟରେ ସୁଧାର ଆଣିବା ର ରହିଛି ନିତାନ୍ତ ଆବଶ୍ୟକ ନହେଲେ ଆଗାମି ଦିନରେ ଯେ ବ୍ୟାଙ୍କ ଲୋକଙ୍କ ଆସ୍ଥା ହରାଇବ ସେଥିରେ ତିଳେ ମାତ୍ର ସଂଦେହ ନାହିଁ।

..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.