ସୁନ୍ଦର ସ୍ଥାନ, କିନ୍ତୁ ଅଭିଶପ୍ତ; ଏଠାକୁ କେହି ବି ଆସିବାକୁ ଚାହାଁନ୍ତିନି

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ ୧୧।୧୧: ଦୁନିଆରେ ଅନେକ ସୁନ୍ଦର ସ୍ଥାନ ରହିଛି । ଯେଉଁଠିକୁ ବୁଲିବାକୁ ଯିବାକୁ  ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ଦୁନିଆରେ ଏପରି କିଛି ସ୍ଥାନ ରହିଛି ଦେଖିବାକୁ ତ ଖୁବ୍‌ ସୁନ୍ଦର, କିନ୍ତୁ ଏଠାକୁ ଯିବାକୁ କେହି ପସନ୍ଦ କରନ୍ତିନି । ଏପରି ଏକ ସ୍ଥାନ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ରେ ରହିଛି ।  ଏହି ସ୍ଥାନଟି ଦେଖିବାକୁ ଖୁବ୍‌ ସୁନ୍ଦର ଏବଂ ଏଠାକାର ପାଗ ମଧ୍ୟ କିଛି ଖରାପ ନୁହେଁ, ତଥାପି ଏଠାକୁ କେହି ବି ଯାଆନ୍ତି ନାହିଁ । ଏହି କାରଣରୁ ସ୍ଥାନଟିକୁ କୁହାଯାଏ ଅଭିଶପ୍ତ ।

{"id":868468,"sizeSlug":"large","linkDestination":"none"}

 ଏଠାକୁ ଲୋକେ ବୁଲିବାକୁ ଯାଆନ୍ତି, କିନ୍ତୁ କେହି ସ୍ଥାୟୀ ବାସିନ୍ଦା ହେବାକୁ ଚାହାଁନ୍ତିନି । ଏମିତିକି ଯେଉଁମାନେ ଏଠାରେ ରହୁଥିଲେ ସେମାନେ ମଧ୍ୟ ବର୍ତ୍ତମାନ ଭୟଭୀତ ଅଛନ୍ତି । ସେଠାକାର ଲୋକଙ୍କ କହିବା କଥା ହେଉଛି ଏଠାରେ ଭୂତପ୍ରେତ ରହିଛି, ଯାହା ଲୋକଙ୍କୁ ବଞ୍ଚିବାକୁ ଦେଉନି । ରିପୋର୍ଟ ଅନୁଯାୟୀ ବ୍ରିଟେନରେ ମିଡଲ୍ସବ୍ର ନାମକ ଏକ ସ୍ଥାନ ଅଛି, ଯାହା ଏକ ଭୂତ ସହରରେ ପରିଣତ ହୋଇଛି । ଏଠାକାର ସବୁ ରାସ୍ତା ନିଛାଟିଆ ହୋଇଥିବା ବେଳେ କୌଣସି ସ୍ଥାନରେ ଦୋକାନଟିଏ ମଧ୍ୟ ଦେଖିବାକୁ ମିଳେନି । 

{"id":868469,"width":839,"height":559,"sizeSlug":"full","linkDestination":"none"}

ଟିସାଇଡରେ ଅବସ୍ଥିତ ମିଡଲ୍ସର୍ଫ ନାମକ ସହର ଏକ ଅଦ୍ଭୁତ ପରିସ୍ଥିତି ରହିଛି । ଏହି ସହରକୁ ଦେଖିଲେ ଆପଣଙ୍କୁ ସୁନ୍ଦର ଲାଗିବ । କିନ୍ତୁ ଏଠାକାର ପରିସ୍ଥିତି ଜଟିଳ । ଏଠାକାର ଲୋକମାନେ କ୍ରମାଗତ ଭାବରେ ଗରିବ ହୋଇଯାଉଛନ୍ତି ଏବଂ ଦାରିଦ୍ର୍ୟ ଦୃଷ୍ଟିରୁ ଏହା ବ୍ରିଟେନର ନିମ୍ନ ଭାଗର ତିନୋଟି ସହରର ତାଲିକାରେ ରହିଛି । ଏଠାରେ ରହିବାକୁ କେହି ଚାହାଁନ୍ତିନି ।

{"id":868470,"sizeSlug":"full","linkDestination":"none"}

 କାରଣ ସହରର ଅଧିକାଂଶ ଭଲ ଦୋକାନ ବନ୍ଦ ହୋଇଯାଉଛି ଏବଂ ରାସ୍ତାରେ ଆପଣଙ୍କୁ ଅଧିକାଂଶ ଲୋକ ଦେଖିବାକୁ ପାଇବେନି । ଯେଉଁମାନେ ସେଠାରେ ଅଛନ୍ତି ସେମାନେ ସେହି ସହର ଛାଡିବାକୁ ମଧ୍ୟ ଯୋଜନା କରୁଛନ୍ତି । କାରଣ ଏଠାକାର କମ୍‌ ଜନସଂଖ୍ୟା ଯୋଗୁଁ ତାଙ୍କୁ ଡର ଲାଗୁଛି । ସେଠାକାର ବାସିନ୍ଦାଙ୍କ ଅନୁଯାୟୀ, ସହରରେ ସବୁକିଛି ବନ୍ଦ ହୋଇଯାଉଛି । ଯେଉଁକାରଣରୁ ଏଠାରେ ରହିବା ଅତ୍ୟନ୍ତ ବିପଦଜନକ ଅଟେ ।

{"id":868471,"width":840,"height":568,"sizeSlug":"full","linkDestination":"none"}

ମିଡଲ୍ସବ୍ର ଏକ ଭୂତ ସହରରେ ପରିଣତ ହୋଇଛି । ଏଠାରେ ଆଉ କୌଣସି ଦୋକାନ ବାକି ନାହିଁ । କାହାର ରୋଜଗାର ନ ଥିବାରୁ ଅପରାଧ ବଢିବାକୁ ଲାଗିଛି । ଦି ଜୋସେଫ ରାଉଣ୍ଟ୍ରି ଫାଉଣ୍ଡେସନ ଅନୁଯାୟୀ, ଏଠାରେ ଥିବା ଲୋକମାନେ ପରିଷ୍କାର ପରିଚ୍ଛନ ରହିବା ଏବଂ ଖାଇବା ପିଇବାର ଆବଶ୍ୟକତା ପୂରଣ କରିବାରେ ମଧ୍ୟ ସକ୍ଷମ ନୁହଁନ୍ତି ।

You Can Read:

wp:embed {"url":"https://www.prameyanews7.com/what-is-deep-fake-cyber-crime-what-does-indian-law-say-about-it/","type":"wp-embed","providerNameSlug":"prameya-news-7"}
https://www.prameyanews7.com/what-is-deep-fake-cyber-crime-what-does-indian-law-say-about-it/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.