ଘାଟି ତଳକୁ ଖସିଲା ମିନି ବସ୍ : ୮ ଛାତ୍ର ଗୁରୁତର

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ ୦୬/୦୮: ଜମ୍ମୁ-କାଶ୍ମରରେ ବଡ ଅଘଟଣ । ରାଜ୍ୟର ଉଦ୍ଧମପୁରରେ ଏକ ମିନି ବସ୍ ଘାଟି ତଳକୁ ଖସି ପଡିଛି । ଏଥିରେ ସ୍କୁଲ ଛାତ୍ର ଥିଲେ । ତେବେ ଅଘଟଣରେ ୮ ଜଣ ଛାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ସ୍ଥାନୀୟ ଲୋକଙ୍କ ସହୟତାରେ ସ୍କୁଲ ଛାତ୍ରଙ୍କୁ ଉଦ୍ଧାର କରିଥିଲା । ଅଘଟଣ ପରେ ସେଠାରେ ଲୋକଙ୍କ ଗହଳି ବଢିଥିଲା । ସବୁଠାରୁ ବଡ କଥା ହେଉଛି ଯେ ଦୁର୍ଘଟଣାରେ କୌଣସି ଜୀବନ ହାନୀ ହୋଇନାହିଁ ।

କୁହାଯାଉଛି ଯେ, ମିନି ବସରେ ୮ ଜଣ ଛାତ୍ର ବସିଥିଲେ । ବସଟି ବରମୀନ ଗ୍ରାମରୁ ଉଦ୍ଧମପୁର ଯାଉଥିଲା । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହା ଘଟି ତଳକୁ ଖସି ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.