ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ଘଟଗାଁରେ ସିଏମଏସବି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
Published By : Prameya-News7 Bureau | September 30, 2018 IST
କେନ୍ଦୁଝର ୩୦/୯ : ବାଲେଶ୍ୱର ଓ ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରାଯାଇଛି | କର୍ତ୍ତବ୍ୟରତ ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାରେ ସିଏମଏସବି ଘଟଗାଁ ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଯେଉଁଭଳି ଭଳି ଭାବେ ସାମ୍ବାଦିକଙ୍କୁ ଆକ୍ରମଣ କରି ଲହୁଲୁହାଣ କରାଯାଉଛି ତାହା ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଛନ୍ତି ଲୋକେ | ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ସିଏମଏସବି | ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି | ଆନ୍ଦୋଳନରେ ଘଟଗାଁ, ହରିଚନ୍ଦନପୁର, ଦୈତାରୀର ସାମ୍ବାଦିକଙ୍କ ସହିତ ସିଏମଏସବିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ | ସମସ୍ତ ସାମ୍ବାଦିକ ଆଜି କଳା ବ୍ୟାଚ ପରିଧାନ କରି ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଦାବି କରିଛନ୍ତି | ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିବା ସହ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି |