scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘଟଗାଁରେ ପିଲାଚୋର ଗୁଜବ ଥମିବାର ନାଁ ନେଉନି

1/06/2018 at 6:24 AM

ଘଟଗାଁରେ ପିଲାଚୋର ଗୁଜବ ଥମିବାର ନାଁ ନେଉନି । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଗୋପୀନାଥପୁର ଗାଁ ଲୋକେ ଜଣେ ସନ୍ଦିଗ୍ଧକୁ ଧରି ପୋଲିସ ଜିମା ଦେଇଛନ୍ତି । ଏହି ସନ୍ଦିଗ୍ଧଙ୍କୁ ମିଶାଇ ଗତ ୪ ଦିନରେ ଘଟଗାଁର ଆଖପାଖ ଅଞ୍ଚଳରେ ୮ ଜଣଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଲୋକେ । ଗତ ବୁଧବାର ଦିନ ଘଟଗାଁ ଦେହୁରୀପଡାରେ ଦୁଇ ଜଣ ଅଣ ଓଡିଆ ବ୍ୟକ୍ତିଙ୍କୁ ପିଲାଚୋର ସନ୍ଦେହରେ ନିର୍ଦ୍ଧୁମ୍ ଛେଚିଥିଲେ ଗାଁ ଲୋକେ । ତାପରେ ସେ ଦୁହିଁଙ୍କୁ ପୋଲିସ୍ କୁ ହସ୍ତା’ର କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଘଟଗଁ ଗୋପିନାଥପୁରରେ ଜଣେ ସନ୍ଦିଗ୍ଧକୁ ଧରିଥିଲେ ଗାଁ ଲୋକେ । ସେହି ବ୍ୟକ୍ତି ଠାରୁ ବ୍ଲେଡ୍ ଓ ସିରିଞ୍ଜ ପାଇ ଥିଲେ ଗ୍ରାମବାସୀ । ତାର ହାବଭାବ ନେଇ ସନ୍ଦେହ ହେବାରୁ ତାକୁ ବାନ୍ଧି ଦେଇ ପୋଲିସ୍ କୁ ଖବର ଦେଇଥିଲେ । ତେବେ ସେହି ବ୍ୟକ୍ତି ଜଣକ ମାନସୀକ ବିକାରଗ୍ରସ୍ତ ବୋଲି ପୋଲିସ କହିଛି । ଏହାସହ ଲୋକେ ଧରିଥିବା ଅନ୍ୟ ସନ୍ଦିଗ୍ଧ ମାନେ ଅଣ ଓଡ଼ିଆ ହୋଇଥିବା ବେଳେ, ସେମାନଙ୍କୁ ପଚରା ଉଚରା କରି ଛାଡି ଦେଇଛି ପୋଲିସ ।

   Related Posts