ଘରୁ ଉଠାଇ ନେଇ ଯୁବକକୁ ମରଣାନ୍ତ୍ରକ ଆକ୍ରମଣ ; ଥାନାରେ ତିନି ଅଟକ, ପୂର୍ବଶତ୍ରୁତାକୁ ନେଇ ଆକ୍ରମଣ !

Published By : Prameya-News7 Bureau | February 09, 2020 IST

ରାୟଗଡା ୦୯।୦୨:  ଘରୁ ଉଠାଇ ନେଇ ଯୁବକଙ୍କୁ ନିସ୍ତୁକ ମାଡ ମରାଯଆଇଥିବା ଅଭିଯୋଗ । ରାୟଗଡା ଜିଲ୍ଲା ଅଞ୍ଚଳରେ ଘଟିଛି ଏପରି ଘଟଣା । ତେବେ ଗୁରୁତର ଥିବା ଯୁବକ ବିଶାଳ ପ୍ରଧାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି । ପୂର୍ବଶତ୍ରୁତା କୁନେଇ ଆକ୍ରମଣ ହୋଇଥିବା ସୂଚନା।

{"id":222220,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୫ତାରିଖରେ ଦିନ ରାୟଗଡା ରୟତ କଲୋନୀରେ ରହୁଥିବା ବିଶାଳ ପ୍ରଧାନଙ୍କ ସହ ସେହି ଅଞ୍ଚଳର କିଛି ଗୋଷ୍ଠିର ଯୁବକମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା ।  ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସମାଧାନ ପାଇଁ ଚେଷ୍ଟା  ଜାରି ରହିଥିଲା । କିନ୍ତୁ ହଠାତ୍ ରବିବାର ଦିନ ସକାଳ ସମୟରେ ବିଶାଳ ଘରୁ ବାହାରୁ ଥିବା  ସମୟରେ  ଆକ୍ରମଣ କରାଯାଇଛି ।

ଚାରି ଜଣ ଯୁବକ  ବିଶାଳଙ୍କୁ ଜବରଦସ୍ତ ଅଟକାଇ ନିକଟସ୍ଥ  ଆପାର୍ଟମେଣ୍ଟକୁ ନେଇଥିଲେ । ସେଠାରେ ଏକ କୋଠରୀ ଭିତରେ ତାଙ୍କୁ ବନ୍ଦ କରି ଲୁହାଛଡ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ବାଇକକୁ ଟାଙ୍ଗିଆରେ ହାଣି ଦେଇଛନ୍ତି । ବିଶାଳ ଘଟଣାସ୍ଥଳରୁ କୌଶଳ କ୍ରମେ ଖସି ଆସି ଥାନାର ଏତଲା ଦେଇଛନ୍ତି । ପୋଲିସ ବିଶାଳଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ତଦନ୍ତ ଜାରି ରଖିଛି । ବିଶାଳଙ୍କୁ ଆକ୍ରମଣ ଘଟଣାରେ  ସମ୍ପୃକ୍ତି ନେଇ ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚାରଉଚାର କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.