ସବୁଠାରୁ ଯତ୍ନବାନ ପିତାର ଟାଇଟେଲ୍‌ ଜିତିଲା ଏହି ଘଡିଆଳ କୁମ୍ଭୀର

Published By : Prameya-News7 Bureau | February 10, 2020 IST

ନୂଆଦିଲ୍ଲୀ ୧୦।୦୨ - ପିତାମାତା ସନ୍ତାନର ଯତ୍ନ ନିଅନ୍ତି । କେବଳ ମଣିଷ ନୁହନ୍ତି , ପଶୁ ପକ୍ଷୀ ବି ତାଙ୍କ ପିଲାଙ୍କର ଯତ୍ନ ନେବା ସହ ସେମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି । ଏପରି ଏକ ଘଟଣା କୁମ୍ଭୀର କ୍ଷେତ୍ରରେ ଦେଖିବାକୁ ମିଳିଛି । ଏହି ଘଡିଆଳ କୁମ୍ଭୀରକୁ ବର୍ଷର ସବୁଠାରୁ ଯତ୍ନବାନ ପିତା ‘most attentive father’ ର ଟାଇଟଲ୍‌ ମିଳିଛି ।

ଏହି ଘଡିଆଳର ଫଟୋ ଓ ଭିଡିଓ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି । ଲୋକମାନେ ଏହାକୁ ନେଇ ମଜାଦାର ମନ୍ତବ୍ୟ ବା କମେଣ୍ଟ ଦେବାରେ ଲାଗିଛନ୍ତି । ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ୍‌ କରୁଥିବା ପ୍ରଭିନ କସଓ୍ୱାନ ଏର ଫଟୋକୁ ନିଜର ଟ୍ୱଟର ଆକାଉଣ୍ଟରେ ସେୟାର କରିଛନ୍ତି ।

wp:html /wp:html

ଏହି ଫଟୋକୁ ଧ୍ରୀତିମାନ ମୁଖାର୍ଜ୍ଜୀ ଉତ୍ତୋଳନ କରିଛନ୍ତି । ଘଡିଆଳଟି ଚମ୍ବଲ ନଦୀ ପାର କରୁଥିବା ବେଳେ ଏହି ଫଟୋକୁ ଉତ୍ତୋଳନ କରାଯାଇଛି । ଏଠାରେ ଘଡିଆଳ କୁମ୍ଭୀରର ବଂଶବୃଦ୍ଧି ପାଇ ସଂରକ୍ଷଣ କରାଯ।ଉଛି ।

ଏହି ପୋଷ୍ଟକୁ ୫ହଜାରୁ ଅଧିକ ଲାଇକ ଓ ଏକ ହଜାରରୁ ଅଧିକ ରିଟ୍ୱିଟ କରାଯାଇ ସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.