ଘରେ ପଶି ହାଣି ଦେଲେ , ପୂର୍ବଶତ୍ରୁତା ସନ୍ଦେହ

Published By : Prameya-News7 Bureau | March 18, 2020 IST

ମୁନିଗୁଡା ୧୮।୦୩: ଘର ଭିତରେ ପଶି ଜଣେ ବ୍ୟକ୍ତିଙ୍କୁ ହତ୍ୟା । ରାୟଗଡା ଜିଲ୍ଲା ଆମ୍ବାଦଳା ଥାନା କାଞ୍ଚନଭଟା ଗାଁରେ ଘଟିଛି ଘଟଣା । ମୃତକ ସୁନ୍ଦରଫୁଲ ଗୌଡ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା କାଞ୍ଚନଭଟା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ସୁନ୍ଦରଫୁଲ ଗୌଡ ଶୋଇବାକୁ ଯାଇଥିଲା । କିନ୍ତୁ ସେ ଘରେ ଶୋଇଥିବା ସମୟରେ ତାଙ୍କୁ କେହି ହତ୍ୟା କରିଦେଇଥିବା ଜଣାପଡିଛି । ସୁନ୍ଦରଫୁଲଙ୍କ ପାଟି ଶୁଣି ପରିବାର ଲୋକ ଦୌଡି ଆସିଥିଲେ । ଏବଂ ସୁନ୍ଦରଫୁଲଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ । ପରେ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା । ଖବର ପାଇଁ ଅମ୍ବାଦଳା  ଓ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ରାୟଗଡାରୁ ଏକ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥାଇ ବୋଲି ଅନୁମାନ କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.