ପାଟଣା ୧୨/୦୮: ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ । ଘର ଉପରେ ଖସି ପଡିଲା ବଡ ଗଛ । କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମ ବଉଳମୁଳ ସାହିରେ ଘଟିଛି ଏହି ଘଟଣା । ପୁରୁଣା ବଉଳ ଗଛ ଖସିପଡିଥିବା ସୂଚନା ।
ଗଛର ମୁଳ ବର୍ଷା ପାଣିରେ ଧୋଇଯିବା ଫଳରେ ଗଛଟି ଉପୁଡି ପଡିଥିଲା । ତେବେ ଗୋଟିଏ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଗୋଟିଏ ପରିବାର । କାରଣ ଏହି ଅଘଟଣ ସମୟରେ ପରିବାର ଲୋକେ ଘରେ ଥିଲେ । ଫଳରେ ନିଶ୍ଚିତ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ରାସ୍ତା ସଫା କରିବା ପାଇଁ ପାଟଣା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।