ଘରେ କେହିନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଲୁଟେରା ; ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଲୁଟ୍
2/03/2020 at 2:24 PM

ନିଶ୍ଚିନ୍ତକୋଇଲି ୦୨।୦୩ : ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଦେଲେ ଲୁଟେରା । କଟକ ଜିଲ୍ଲା ନେମାଳ ଥାନା କଳମିଶ୍ରି ଗାଁରେ ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ରବିବାର ରାତିରେ କଟକ ଜିଲ୍ଲା ନେମାଳ ଥାନା କଳମିଶ୍ରି ଗାଁ ଜଣଙ୍କ ଗୃହରେ ପରିବାର ଲୋକଙ୍କ ଅନୁପସ୍ଥିତି ସୁଯୋଗ ନେଇ କଳା କନା ବୁଲାଇ ଦେଇଛନ୍ତି ଦୁର୍ବୃତ। କଳ୍ପତରୁ ନାୟକ ଏବଂ ତାଙ୍କ ପରିବାର ପାଖରେ ହେଉଥିବା ଏକ ମେଲୋଡ଼ି କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିବା ବେଳେ ଘର ତାଲା ଏବଂ ଗ୍ରୀଲ୍ ଭାଙ୍ଗି, ଘରୁ ସମସ୍ତ ସୁନା, ଟଙ୍କା ସହ ଅନେକ ଆସବାପତ୍ର ଲୁଟି ନେଇଥିବା ନେମାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
Related Posts
ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
14 August 2022
ବର୍ଷାରେ ଭିଜି ଭିଜି ଛାତ୍ରଛାତ୍ରୀଙ୍କ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା
14 August 2022