Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ : ଜଳିଗଲେ ମାଆ ଓ ଦୁଇ ସନ୍ତାନ

13/05/2022 at 7:59 AM

ବାରିପଦା, ୧୩|୦୫: ନିଆଁରେ ଜଳିଗଲେ ମାଆ ଓ ଦୁଇ ସନ୍ତାନ । ରାତିରେ ଘରେ ଶୋଇଥିଲା ବେଳେ ଲାଗିଗଲା ନିଆଁ । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହି । ଗୁରୁବାର ରାତି ପ୍ରାୟ୨ଟା  ସମୟରେ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି।

ପରିବାର ଲୋକେ ଗଭୀର ନିଦରେ ଶୋଇ ଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ସ୍ୱାମୀ ମଙ୍ଗଲ ମାର୍ଣ୍ଡି ପ୍ରାଥମିକ ତଦନ୍ତ ସମୟରେ ପୋଲିସ ସମ୍ମୁଖରେ ପ୍ରକାଶ କରିଛି । ଖବର ପାଇବା ମାତ୍ରେ ସାରସକଣା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତକମାନେ ହେଲେ ମଙ୍ଗଲ ମାର୍ଣ୍ଡିଙ୍କ ପତ୍ନୀ ସୁରୁକୁନି ମାର୍ଣ୍ଡି (୨୪) , ୬ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ମାସର ପୁଅ ଜଗଦୀଶ ମାର୍ଣ୍ଡି ।

ଆହୁରି ମଧ୍ୟ ଜଣା ପଡିଛି ଯେ, ସ୍ୱାମୀ ମଙ୍ଗଲ ପୂର୍ବରୁ ଜଣକୁ ବିବାହ କରିଥିଲେ ।  ଘରୋଇ କଳି ଯୋଗୁଁ ସେ ତାଙ୍କୁ ଛାଡ଼ିଦେଇ ସୁରୁକୁନିଙ୍କୁ ଦ୍ଵିତୀୟ ବିବାହ କରିଥିଲେ  ।  ଅଗ୍ନିକାଣ୍ଡରେ ମୃତ୍ୟୁ ନେଇ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ମଙ୍ଗଲକୁ ଝାରପୋଖରିଆ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲ କଲେଜକୁ ପଠାଯିବ ବୋଲି ଡିଏସପି ଶ୍ରୀ ମୁକ୍ତି କୁମାର କୁଲୁ ସୂଚନା ଦେଇଛନ୍ତି।

   Related Posts