ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର , ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | March 01, 2020 IST

କଳାହାଣ୍ଡି ୦୧।୦୩: ଘର ଭିତରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବଡକର୍ଲାକୋଟ ଗାଁରେ ଘଟିଛି ଘଟଣା । ମୃତକ ରାହୁଲ ବିଶ୍ବାସ (୧୯) । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଜୟପାଟଣା ଥାନା ବଡକର୍ଲାକୋଟା ଗାଁରେ ରହୁଥିଲେ ରାହୁଲ । ଶନିବାର ସଂଧ୍ୟା ସମୟରେ ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିଥିବା ରାହୁଲଙ୍କ ସମ୍ପର୍କୀୟ କହିଛନ୍ତି । ବର୍ଷେ ହେଲା ରାହୁଲ କୋଲକାତାରୁ ଆସି ନିଜ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଘଟଣସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ୧୯ବର୍ଷୀୟ ଯୁବକ ଜଣଙ୍କ କଣ ପାଇଁ ଆତ୍ମହତ୍ୟା କରିବାର ପନ୍ଥା ବାଛିଲେ । ତାହା ଏବେ ପ୍ରଶ୍ନ ଘରରେ ରହିଛି । ତେବେ ଘଟଣାରେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ପହଞ୍ଚି ତଥ୍ୟା ଯୋଗାଡ କରିବାରେ ଲାଗିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.