ଚିପିଲିମା ସ୍ଥିତ ଘଣ୍ଟେଶ୍ବରୀ ମନ୍ଦିରରେ ପଶିଲା ପାଣି, ମାଆଙ୍କ ଦର୍ଶନ ବାଧାପ୍ରାପ୍ତ

Published By : Prameya-News7 Bureau | August 14, 2022 IST

ସମ୍ୱଲପୁର, ୧୪/୮: ସମ୍ୱଲପୁର ଚିପିଲିମା ସ୍ଥିତ ଘଣ୍ଟେଶ୍ବରୀ ମନ୍ଦିରରେ ପଶିଲା ପାଣି । ଜଳମୟ ହେଇଛି ଘଣ୍ଟେଶ୍ବରୀ ମନ୍ଦିର । ବନ୍ୟାପାଣି ଘେରରେ ରହିଥିବାରୁ ମାଆଙ୍କ ଦର୍ଶନ ବାଧାପ୍ରାପ୍ତ ହୋଇଛି । ହିରାକୁଦ ଡ୍ୟାମ୍‌ର ୩୪ ଗେଟ୍ ଖୋଲାଥିବା ବେଳେ ଜଳସ୍ତର ବଢି ମନ୍ଦିରକୁ ପଶିବା ସହ ମନ୍ଦିର ଜଳମଗ୍ନ ହେଇଥିବା ଜଣାପଡ଼ିଛି । ତେବେ ନିତିକାନ୍ତିରେ ବର୍ତ୍ତମାନ ସୁଦ୍ଧା ସମସ୍ୟା ସୃଷ୍ଟି ହୋଇନଥିବା ବେଳେ ଆଗକୁ ଆହୁରି ବର୍ଷା ଓ ଗେଟ୍ ଖୋଲିଲେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.