‘ଗଜନୀ’ ଠାରୁ ଆରମ୍ଭ କରି ‘ଦଙ୍ଗଲ୍’ ଯାଏଁ, ଜାଣନ୍ତୁ ଅମୀରଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମ ବିଷୟରେ…
12/08/2022 at 8:14 AM

ମୁମ୍ଵାଇ ୧୨।୦୮: ବଲିଉଡ୍ର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ। ସେ ଏପରି ଜଣେ ଅଭିନେତା। ଯିଏକି ଦୀର୍ଘ ଦିନ ବ୍ୟବଧାନ ପରେ ଧମାଲ କରନ୍ତି। ବର୍ଷକୁ ପ୍ରାୟତଃ କମ ଫିଲ୍ମ କରନ୍ତି। ହେଲେ ଯେତେବେଳେ ପରଦାକୁ ଫେରନ୍ତି ଚହଳ ପକାନ୍ତି । ଏହା ମାଧ୍ୟମରେ ସେ ବକ୍ସ ଅଫିସରେ ରେକର୍ଡ କରିଥାନ୍ତି। ଗତକାଲି ରିଲିଜ୍ ହୋଇଥିବା ଲାଲ ସିଂ ଚଢାର ଭଲ ପ୍ରତିକ୍ରିୟା ମିଳୁଛି । ତାଙ୍କ ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା ଅଛି। ଚାଲନ୍ତୁ ଜାଣିବା ବକ୍ସ ଅଫିସରେ ତାଙ୍କର ପାଞ୍ଚଟି ସର୍ବାଧିକ ଆୟ କରିଥିବା ଫିଲ୍ମ ବିଷୟରେ।
ଗଜନୀ : ୨୦୦୮ ମସିହାରେ ଆସିଥିବା ଅମୀର ଖାନଙ୍କ ଫିଲ୍ମ ‘ଗଜନୀ’ ବକ୍ସ ଅଫିସ୍ରେ ୧୧୪ କୋଟି ଟଙ୍କା ରୋଜଗାର କରିଥିଲା। ଫିଲ୍ମଟି ସାରା ବିଶ୍ୱରେ ୧୮୯.୧୯ କୋଟି ସଂଗ୍ରହ କରିଥିଲା । ଭାରତୀୟ ବକ୍ସ ଅଫିସରେ ୧୦୦ କୋଟି ଅତିକ୍ରମ କରିଥିବା ‘ଗଜନୀ’ ପ୍ରଥମ ଫିଲ୍ମ ଥିଲା।
୩ ଇଡିୟଟ୍ସ : ଇଣ୍ଡିଆନ୍ ବକ୍ସ ଅଫିସରେ ୧୦୦ କୋଟି ଅତିକ୍ରମ କରିଥିବା ‘୩ ଇଡିୟଟ୍ସ’ ଦ୍ୱିତୀୟ ଫିଲ୍ମ ଥିଲା । ୨୦୦୯ ମସିହାରେ ରିଲିଜ୍ ହୋଇଥିବା ଅମୀରଙ୍କ ଏହି ଫିଲ୍ମ ଭାରତରେ ୨୦୨.୯୫ କୋଟି ଏବଂ ବିଶ୍ୱରେ ୪୦୦.୬୧ କୋଟି ରୋଜଗାର କରିଥିଲା ।
ଧୁମ୍ ୩ : ୨୦୧୩ ମସିହାରେ ଆସିଥିବା ‘ଧୁମ୍ ୩’ ର ନାମ ମଧ୍ୟ ଅମୀର ଖାନଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହି ଫିଲ୍ମଟି ଭାରତରେ ୨୮୪.୨୭ କୋଟି ଏବଂ ସାରା ବିଶ୍ୱରେ ୫୫୬.୭୪ କୋଟି ସଂଗ୍ରହ କରିଥିଲା।
ପିକେ : ୨୦୧୪ ଫିଲ୍ମ ‘ପିକେ’ ର ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ୩୦୦ କୋଟିରୁ ଅଧିକ ରୋଜଗାର କରିଥିବା ଏହା ହେଉଛି ପ୍ରଥମ ଭାରତୀୟ ଫିଲ୍ମ। ଏହି ଫିଲ୍ମର ସଂଗ୍ରହ ଭାରତରେ ୩୪୦.୮୦ କୋଟି ଏବଂ ସାରା ବିଶ୍ୱରେ ୭୬୯.୮୯ କୋଟି ଥିଲା।
ଦଙ୍ଗଲ : ଶେଷ ଫିଲ୍ମ ‘ଦଙ୍ଗଲ’ ଯାହା ୨୦୧୬ ମସିହାରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ୩୮୭.୩୮ କୋଟି ରୋଜଗାର କରିଥିଲା । ଏଥି ସହିତ ବିଶ୍ୱର ରୋଜଗାର ସଂଖ୍ୟା ୨୦୨୪ କୋଟି ଥିଲା। ଏହା ସହିତ ସମଗ୍ର ବିଶ୍ୱରେ ୨୦୦୦ କୋଟିରୁ ଅଧିକ ରୋଜଗାର କରିଥିବା ଏହା ପ୍ରଥମ ଭାରତୀୟ ଫିଲ୍ମ ଥିଲା।
ତେବେ, ଏହା ଆଜି ପର୍ଯ୍ୟନ୍ତ ଅମୀର ଖାନଙ୍କ ସର୍ବାଧିକ ଆୟ କରିଥିବା ପାଞ୍ଚଟି ଫିଲ୍ମ ଥିଲା। ଏବେ ଏହା ଦେଖିବାକୁ ବାକି ରହିଲା ଯେ, ‘ଲାଲ ସିଂହ ଚଡ୍ଡା’ କ’ଣ କମାଲ ଦେଖାଉଛି?