କେନାଲ ବନ୍ଧରେ ୧୦ ଫୁଟ୍‌ର ଘାଇ, ତଳିଆ ଅଞ୍ଚଳ ଜଳମଗ୍ନ

Published By : Prameya-News7 Bureau | July 16, 2023 IST

ଜଗତସିଂହପୁର ୧୬।୦୭ :  ପ୍ରବଳ ବର୍ଷା ହେଲା କାଳ । କେନାଲ ବନ୍ଧରେ ୧୦ ଫୁଟ୍‌ ଓସାରର ଘାଇ । ଜଗତସିଂହପୁର-ତାରିକୁନ୍ଦ ଓ ଦଳେଇ ଘାଇ ନିକଟ ମାଛଗାଁ କେନାଲରେ ବନ୍ଧରେ ଏପରି ଘାଇ ହୋଇଥିବାର ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଶନିବାରଠୁ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଚାଲିଛି ଲଗାଣ ବର୍ଷା । ଯାହାଫଳରେ ବିଭିନ୍ନ ନଦୀ ଓ ଜଳାଶୟରେ ପାଣିର ମାତ୍ରା ବଢିବାକୁ ଲାଗିଛି । ଏହିକ୍ରମରେ ଜଗତସିଂହପୁର-ତାରିକୁନ୍ଦ ଓ ଦଳେଇ ଘାଇ ନିକଟରେ ଥିବା ମାଛଗାଁ କେନାଲ ବନ୍ଧରେ ଏକ ଘାଇ ସୃଷ୍ଟି ହୋଇଛି । ପ୍ରାୟ ୧୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଥିବା ଜଣାପଡିଛି ।

ତେବେ ଏହି ଘାଇ ସୃଷ୍ଟି ହେବା ଫଳରେ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି । ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଜଗତସିଂହପୁର -କଟକ ମୁଖ୍ୟ ଜାତୀୟ ରାଜପଥ ଉପରେ ଦୁଇ ଫୁଟ ଉଚ୍ଚର ପାଣି ଚାଲିଛି । ଏଥିଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

wp:embed {"url":"https://www.prameyanews7.com/krushna-abhishek-wants-to-reconcile-with-his-maternal-uncle-govinda-wished/","type":"wp-embed","providerNameSlug":"prameya-news-7"}
https://www.prameyanews7.com/krushna-abhishek-wants-to-reconcile-with-his-maternal-uncle-govinda-wished/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.