ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା

Published By : Prameya-News7 Bureau | October 28, 2021 IST

କଳାହାଣ୍ଡି ୨୮।୧୦: କଳାହାଣ୍ଡି ଜିଲ୍ଲା କଲମପୁର ପାଜେନ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ । ଫଳରେ ୧୦୦ ଏକରରୁ ଉର୍ଦ୍ଧ୍ବ ଜମି ଜଳମଗ୍ନ ହୋଇଛି । ବାମ ହୁଡାର ୩୩.୩୨୬ ମିଟରଠାରେ ୧୦ ମିଟର ଘାଇ ସୃଷ୍ଟି ହୋଇଛି । ଘାଇ ଯୋଗୁଁ ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ହେବା ନେଇ ଆଶଙ୍କା କରାଯାଉଛି ।

{"id":534461,"width":754,"height":415,"sizeSlug":"full","linkDestination":"none"}

ଘଟଣାସ୍ଥଳରେ SDO ପ୍ରଣୟ ପ୍ରଧାନ ଏବଂ AE ପ୍ରତାପ ବେହେରା ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । କେନାଲରେ ପାଣି ବନ୍ଦ କରାଯାଇଛି। ପୂର୍ବରୁ ଏହି କେନାଲର ମରାମତି ପାଇଁ ସରକାର ବାରମ୍ବାର ଟେଣ୍ଡର କରୁଥିଲେ ବି ତାହା ଚୂଡାନ୍ତ ହୋଇନାହିଁ । ଫଳରେ ନାନା ସମସ୍ୟା ଭୋଗୁଛନ୍ତି ଚାଷୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.