scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାପୁଆରେ ୨୦ ଫୁଟର ଘାଈ: କଖଡି, ମଞ୍ଚେଶ୍ୱର ପଞ୍ଚାୟତର ବିଭିନ୍ନ ଗାଁରେ ପଶିଲା ପାଣି

3/08/2023 at 10:28 AM

ଆଠଗଡ଼ ୦୩/୦୮: ସାପୁଆ ନଦୀରେ ୨୦ ଫୁଟର ଘାଈ । ଆଠଗଡ ଧୁରୁଷିଆ ପଞ୍ଚାୟତର ରମ୍ପାବନ୍ଧ ଠାରେ ଘାଈ ସୃଷ୍ଟି । ଘୁ ଘୁ ମାଡୁଛି ବନ୍ୟାଜଳ । ମହାନଦୀର ଜଳସ୍ତର ବଢିବା ଯୋଗୁଁ ବ୍ୟାକ ଓ୍ୱାଟର ସାପୁଆ ନଇ ରେ ପଶୁଛି ବନ୍ୟାଜଳ । ଘାଇ ଯୋଗୁଁ ଧୁରୁଷିଆ , ଘଣ୍ଟିଖାଲ , କଖଡି , ମଞ୍ଚେଶ୍ୱର ପଞ୍ଚାୟତର ବିଭିନ୍ନ ଗାଁ ବିଲରେ ପଶିଲା ପାଣି । ସେପଟେ ଘଟଣା ସ୍ଥଳରେ ସ୍ଥିତି ଯାଞ୍ଚ କଲେ କଟକ ଏଡିଏମ ଉମାକାନ୍ତ ରାଜଙ୍କ ସହ ଆଠଗଡ ଉପଜିଲ୍ଲାପାଳ ଓ ତହସିଲଦାର ଆଠଗଡ ।

ସୂଚନା ଥାଉକି, ଲଗାଣ ବର୍ଷା ହେତୁ ସାରା ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବିଭିନ୍ନ ନଦୀର ଜଳସ୍ତର ବି ବଢିଛି । ବିଶେଷ କରି ୧୫ ଜିଲ୍ଲାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ମହାନଦୀର ବଡ ବନ୍ୟା ଆଶଙ୍କ ଦେଖାଦେଇଛି । ଏନେଇ ରାଜ୍ୟସରକାର ବି ଆଲର୍ଟରେ ଅଛନ୍ତି । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

you can also read…

   Related Posts