ଯେଉଁମାନେ ସବୁଦିନ ରାତିରେ ୯ ଘଣ୍ଟା କିମ୍ବା ଅଧିକ ଶୋଇଥାଆନ୍ତି ସେମାନଙ୍କୁ ହୃଦଘାତ ହେବାର ସମ୍ଭାବନା ଥାଏ। ଦୀର୍ଘ ସମୟ ବିଶ୍ରାମ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ।
ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ଦୀର୍ଘ ସମୟ ଶୋଇବା ଦ୍ବାରା ହୃଦଘାତର ଆଶଙ୍କା ଥାଏ ଏବଂ କୋଲେଷ୍ଟୋଲ ସ୍ତରରେ ପ୍ରତିକୂଳ ପରିବର୍ତ୍ତନ ଏବଂ ଅଣ୍ଟା ଚଉଡ଼ା ହୋଇଥାଏ।
ଏହା ବ୍ୟତୀତ ଦୀର୍ଘ ସମୟ ବିଶ୍ରାମ ଏବଂ ନିଦ ନିଷ୍କ୍ରିୟ ଜୀବନଶୈଳୀର ପରିଣାମ ହୋଇଥାଏ।