LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପ୍ରସଙ୍ଗ, ଜର୍ମାନୀ କହିଲା- ଅଦାଲତ ରାୟକୁ ଚ୍ୟାଲେଞ୍ଜ କରିବା ଉଚିତ୍‌

30/03/2023 at 3:06 PM

Rahul Gandhi

ନୂଆଦିଲ୍ଲୀ ୩୦।୦୩ : ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପ୍ରସଙ୍ଗ। ଆମେରିକା ପରେ ପ୍ରତିକ୍ରିୟା ରଖିଲା ଜର୍ମାନୀ। ରାହୁଲ୍ ଗାନ୍ଧୀଙ୍କ କ୍ଷେତ୍ରରେ ମୌଳିକ ଗଣତାନ୍ତ୍ରିକ ନୀତିନିୟମ ଲାଗୁ ହେବା ଉଚିତ ବୋଲି ଜର୍ମାନୀ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଜର୍ମାନୀର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ଆନ୍ନାଲେନା ବେରବକ୍ କହିଛନ୍ତି ଯେ, ବିରୋଧୀ ରାଜନେତା ରାହୁଲ୍ ଗାନ୍ଧୀଙ୍କ ବିପକ୍ଷରେ ଦିଆଯାଇଥିବା ରାୟ ଏବଂ ତାଙ୍କ ସାଂସଦ ପଦ ରଦ୍ଦ ହେବା ପ୍ରସଙ୍ଗରେ ଆମେ ଅବଗତ ଅଛୁ। ରାହୁଲ ଗାନ୍ଧୀ ଏହି ଅଦାଲତ ରାୟକୁ ଚ୍ୟାଲେଞ୍ଜ କରିବା ସ୍ଥିତିରେ ଅଛନ୍ତି। ତା’ପରେ ଯାଇ ଜଣାପଡ଼ିବ ଯେ, ଅଦାଲତଙ୍କର ଏହି ରାୟ କାଏମ ରହିବ କି ନାହିଁ। ତାଙ୍କ ଜନାଦେଶକୁ ବାତିଲ କରାଯିବାରେ କୌଣସି ଭିତ୍ତି ଅଛି କି, ନାହିଁ ତାହାର ସମୀକ୍ଷା କରାଯାଉ।

ଜର୍ମାନୀ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଆହୁରି କହିଛନ୍ତି ଯେ, ଏହି ମାମଲାରେ ନ୍ୟାୟିକ ମାନଦଣ୍ଡର ସ୍ବାଧୀନତା ଏବଂ ମୌଳିକ ଗଣତାନ୍ତ୍ରିକ ନୀତି ଲାଗୁ କରାଯିବ ବୋଲି ଜର୍ମାନୀ ଆଶା କରୁଛି। ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ପୂର୍ବରୁ ଆମେରିକା କହିଥିଲା ଯେ, ରାହୁଲ୍ ଗାନ୍ଧୀଙ୍କ ମାମଲା ଉପରେ ଆମେରିକା ଦୃଷ୍ଟି ରଖିବା ସହିତ ଭାରତ ସରକାରଙ୍କ ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବାକ୍ ସ୍ବାଧୀନତା ପ୍ରସଙ୍ଗ ସଂକ୍ରାନ୍ତ ପ୍ରତିବଦ୍ଧତା ବିଷୟରେ ମତ ବିନିମୟ କରିଛି ।

ସୂଚନାଯୋଗ୍ୟ ଯେ,  ମାନହାନୀ ମାମଲାରେ ଗତ ଶୁକ୍ରବାର କେରଳର ୱାୟନାଡ଼ରୁ ଲୋକସଭା ସାଂସଦ ଥିବା ରାହୁଲ୍ ଗାନ୍ଧୀଙ୍କୁ ଗୁଜରାଟର ସୁରତ ଜିଲ୍ଲା ଅଦାଲତ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଲୋକସଭା ସଚିବାଳୟ ତାଙ୍କ ସାଂସଦପଦ ରଦ୍ଦ କରିବା ସହିତ ସରକାରୀ ବାସଭବନ ଛାଡ଼ିବାକୁ ନୋଟିସ୍ ଜାରି କରିଛି।

   Related Posts