AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ହକି ବିଶ୍ଵକପ୍ ସେମିରେ ଜର୍ମାନୀ, ପେନାଲିଟି ସୁଟଆଉଟ୍‌ରେ ଇଂଲଣ୍ଡକୁ ହରାଇଲା

25/01/2023 at 7:26 PM

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌ ୨୦୨୩ରେ ତୃତୀୟ ଦଳ ଭାବେ ସେମି ଫାଇନାଲ୍‌ରେ ପ୍ରବେଶ କରିଛି ଜର୍ମାନୀ। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର କ୍ଵାର୍ଟର ଫାଇନାଲ୍‌ ମୁକାବିଲାରେ ଜର୍ମାନୀ ପେନାଲ୍‌ଟି ସୁଟଆଉଟ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥିସହ ତୃତୀୟ ଦଳ ଭାବେ ସେମି ଫାଇନାଲ୍‌ରେ ପହଞ୍ଚିଛି। ମୁକାବିଲା ୨-୨ରେ ଅମୀମାଂସିତ ରହିବା ପରେ ମ୍ୟାଚ୍ ପେନାଲଟି ସୁଟଆଉଟ୍‌କୁ ଯାଇଥିଲା। ଏଥିରେ ଜର୍ମାନୀ ୪-୩ରେ ଇଂଲଣ୍ଡକୁ ମାତ୍ ଦେଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ବେଲଜିୟମ ସେମିରେ ପହଞ୍ଚି ସାରିଛନ୍ତି।

ପ୍ରଥମରୁ ପ୍ରଭାବ ବିସ୍ତାର କରିଥିଲା ଇଂଲଣ୍ଡ । ୧ତମ ମିନିଟରେ ଓ୍ବାଲେକ୍‌ ଜ୍ୟାକହାରୀ ପ୍ରଥମ ଗୋଲ୍‌ ଦେଇଥବା ବେଳେ ଦ୍ବିତୀୟ ଗୋଲ ୩୨ତମ ମିନିଟରେ ଦେଇଥିଲେ ଆନସେଲ୍‌ ଲିୟାମ୍‌ । ତୃତୀୟ କ୍ଵାର୍ଟର ସୁଦ୍ଧା ମ୍ୟାଚ୍‌ରେ ୨-୦ରେ ଆଗୁଆ ଥିଲା ଇଂଲଣ୍ଡ। ଲାଗୁଥିବା ଇଂଲଣ୍ଡ ଅତି ସହଜରେ ସେମିକୁ ଚାଲିଯିବ । କିନ୍ତୁ ଚତୁର୍ଥ କ୍ଵାର୍ଟରର ଶେଷ କେଇ ମିନିଟ୍‌ରେ ସବୁ ଓଲଟ ପାଲଟ କରିଦେଇଥିଲା ଜର୍ମାନୀ ୪ର୍ଥ କ୍ବାର୍ଟରରେ ଜର୍ମାନୀ ପକ୍ଷରୁ ଗ୍ରାମବସ୍‌ ମାଟ୍ସ ୫୭ ମିନିଟରେ ପ୍ରଥମ ଗୋଲ୍‌ ଦେଇଥିବା ବେଳେ ଏହାର ଗୋଟିଏ ମିନିଟ ପରେ ଅର୍ଥାତ୍‌ ୫୮ତମ ମିନିଟରେ ଗ୍ରାମବସ୍‌ ଟମ୍‌ ଦ୍ବିତୀୟ ଗୋଲ ଦେଇଥିଲେ । ମ୍ୟାଚ୍ ୨-୨ରେ ଅମୀମାଂସିତ ରହିବା ପରେ ପେନାଲିଟି କର୍ଣ୍ଣର ମାଧ୍ୟମରେ ୩-୪ରେ ବିଜୟୀ ହୋଇଛି ଜର୍ମାନୀ ।

   Related Posts