LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ୟୁରୋପର ସବୁଠୁ ବଡ଼ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ! ଲଗାତାର ଦୁଇ ତ୍ରୈମାସରେ କମିଲା ଜିଡିପି

25/05/2023 at 6:26 PM

ନୂଆଦିଲ୍ଲୀ: ବୈଶ୍ୱିକ ମାନ୍ଦାବସ୍ଥା ଭୟ ଏବଂ ଆମେରିକା ଉପରେ ଥିବା ଆର୍ଥିକ ସଂକଟ ଭିତରେ ୟୁରୋପର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଜର୍ମାନୀ ଆନୁଷ୍ଠାନିକ ଭାବେ ମନ୍ଦାବସ୍ଥାର ଶିକାର ହୋଇଛି । ଏଠାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟରେ ଅସାଧାରଣ ବୃଦ୍ଧି ଦେଖିବାକୁ ମିଳିଛି । ନୂଆ ଡାଟା ଅନୁସାରେ ଚଳିତ ବର୍ଷର ପ୍ରଥମ ତ୍ରୈମାସରେ ଜର୍ମାନୀର ଅର୍ଥନୀତିରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ସଂଘୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ଗୁରୁବାର ଜାରି ଡାଟା ଅନୁସାରେ, ଜାନୁଆରୀ-ମାର୍ଚ୍ଚରେ ଜର୍ମାନୀର ସକଳ ଘରୋଇ ଉତ୍ପାଦ (ଜିଡିପି)ରେ ୦.୩ ପ୍ରତିଶତ ହ୍ରାସ ଘଟିଛି ।

୨୦୨୨ର ଶେଷ ତ୍ରୈମାସରେ ଜର୍ମାନୀର ଜିଡିପିରେ ୦.୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା । ଲଗାତାର ଦୁଇ ତ୍ରୈମାସରେ ଜିଡିପି ତଳକୁ ଖସିବା ଅର୍ଥନୀତିରେ ମନ୍ଦାବସ୍ଥା ସ୍ଥିତି ହୋଇଥାଏ । ଅର୍ଥନୀତି ଉପରେ ଏହି ଡାଟା ଜର୍ମାନୀ ସରକାରଙ୍କ ପାଇଁ ଏକ ବଡ଼ ଝଟକା ଅଟେ । ଗତ ମାସରେ ହିଁ ସରକାର ନୂଆ ବର୍ଷରେ ନିଜ ଅଭିବୃଦ୍ଧି ହାର ଅନୁମାନକୁ ଦ୍ୱିଗୁଣା କରିଥିଲେ ।

ଜର୍ମାନୀ ସରକାର କହିଥିଲେ ଯେ ଦେଶର ଅର୍ଥବ୍ୟବସ୍ଥା ୦.୪ ପ୍ରତିଶତ ହାରରେ ବଢିବ । ଜାନୁଆରୀରେ ଅର୍ଥବ୍ୟବସ୍ଥା ୦.୨ ପ୍ରତିଶତ ହାରରେ ବଢିବା ନେଇ ଅନୁମାନ କରାଯାଇଥିଲା । ଅର୍ଥଶାସ୍ତ୍ରୀଙ୍କ କହିବା ଅନୁସାରେ ଉଚ୍ଚ ମୁଦ୍ରାସ୍ଫୀତି କାରଣରୁ ଲୋକଙ୍କ ଖର୍ଚ୍ଚ ପ୍ରଭାବିତ ହୋଇଛି । ଏପ୍ରିଲରେ ମୁଦ୍ରାସ୍ଫୀତି ଏକ ବର୍ଷ ତୁଳନାରେ ୭.୨ ପ୍ରତିଶତ ଅଧିକ ରହିଛି ।

ରୟଟର୍ସର ରିପୋର୍ଟରେ କୁହାଯାଇଛି ଯେ ଜର୍ମାନୀବାସୀଙ୍କ କ୍ରୟ ଶକ୍ତି କମିବା, ଇଣ୍ଡଷ୍ଟ୍ରିଆଲ୍ ଅର୍ଡର କମିବା, ମୁଦ୍ରାନୀତିର କଡ଼ା ଅନୁପାଳନ ଏବଂ ଆମେରିକା ଉପରେ ଥିବା ଆର୍ଥିକ ସଂକଟ ଜର୍ମାନୀ ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ଆଣିଛି ।

ଉଲ୍ଲେଖଯୋଗ୍ୟ ଆମେରିକା, ଚୀନ ଏବଂ ଜାପାନ ପରେ ଜର୍ମାନୀ ଦୁନିଆର ଚତୁର୍ଥ ସବୁଠୁ ବଡ଼ ଏବଂ ୟୁରୋପର ସବୁଠୁ ଅର୍ଥବ୍ୟବସ୍ଥା ଅଟେ । ଏହା ବିଶ୍ୱସ୍ତରରେ ତୃତୀୟ ସବୁଠୁ ବଡ଼ ରପ୍ତାନକାରୀ ଦେଶ । ଦେଶର ଜିଡିପିରେ ସବୁଠୁ ବଡ଼ ଯୋଗଦାନ ସର୍ଭିସ୍ ସେକ୍ଟର ରହିଛି, ପ୍ରାୟ ୭୦ ପ୍ରତିଶତ ।

   Related Posts