ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଶେଷ ମୂହୂର୍ତ୍ତରେ ଗୋଲ ଦେଇ ଫାଇନାଲରେ ପହଞ୍ଚିଲା ଜର୍ମାନୀ, ଅଷ୍ଟ୍ରେଲିଆକୁ ୪-୩ରେ ହରାଇଲା

27/01/2023 at 7:39 PM

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ । ଅଷ୍ଟ୍ରେଲିଆକୁ ୪-୩ରେ ହରାଇ ୧୩ ବର୍ଷ ପରେ ଫାଇନାଲରେ ପହଞ୍ଚିଛି ଜର୍ମାନୀ ।

ମ୍ୟାଚର ପ୍ରଥମ କ୍ୱାର୍ଟରରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରଣିତ କରିବାରେ ସଫଳ ହୋଇଥିଲା ଅଷ୍ଟ୍ରେଲିଆ । ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ୧-୦ରେ ଅଷ୍ଟ୍ରେଆଲ ମ୍ୟାଚରେ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଦୁଇ ଦଳ ମଧ୍ୟରେ ବେଶ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆ ନାଥାନ ଇଫ୍ରାଉମ ଦ୍ୱିତୀୟ ଗୋଲ ଦେଇ ଟିମକୁ ୨-୦ର ଲିଡ୍ ଦେଇଥିଲେ ।

ପ୍ରଥମ ଦୁଇ କ୍ୱାର୍ଟରରେ ୨-୦ରେ ପଛୁଆ ରହିଥିବା ଜର୍ମାନୀ ତୃତୀୟ କ୍ୱାର୍ଟରରେ କମବ୍ୟାକ୍ କରିଥିଲା । ପେନାଣ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଗୋଲ ବ୍ୟବଧାନକୁ ୨-୧କୁ କମାଇବାରେ ସଫଳ ହୋଇଥିଲା । ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଜର୍ମାନୀ ୧ ଏବଂ ଅଷ୍ଟ୍ରେଲିଆ ୨ ଗୋଲରେ ରହିଥିଲେ । ଚତୁର୍ଥ କ୍ୱାର୍ଟର ଆରମ୍ଭରେ ଜର୍ମାନୀ ଅକ୍ରଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ନିଜର ୧୨ ନମ୍ୱର ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଜର୍ମାନୀ ୨-୨ ଗୋଲରେ ବରାବର କରିଥିଲା । ତେବେ ମ୍ୟାଚର ଶେଷ ୨ ମିନିଟ ୪୦ ସେକେଣ୍ଡ ପୂର୍ବରୁ ଅଷ୍ଟ୍ରେଲିଆ ପୁଣି ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ କରି ମ୍ୟାଚରେ ୩-୨ରେ ଆଗୁଆ ହୋଇଥିଲା । ଏହାର କିଛି ସେକେଣ୍ଡ ପରେ ହିଁ ଜର୍ମାନୀ ଆଉ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲା ଏବଂ ମ୍ୟାଚ ୩-୩ରେ ବରାବର ହୋଇଥିଲା । ତେବେ ମ୍ୟାଚର ଶେଷ ୬ ସେକେଣ୍ଡରେ ଜର୍ମାନୀ ପାଇଁ ନିକଲାସ ଗୋଲ ଦେଇ ୪-୩ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲେ ।

   Related Posts