ମୃତ୍ୟୁ ପୂର୍ବରୁ ୫୫ କୋଟି ଟଙ୍କାର ସମ୍ପତ୍ତି ପଡୋଶୀଙ୍କ ନାଁରେ କରିଗଲେ ମହିଳା

Published By : Prameya-News7 Bureau | December 06, 2020 IST

ନୂଆଦିଲ୍ଲୀ ୦୬/୧୨ : ସାଧାରଣତଃ ଅନେକ ଲୋକଙ୍କ ଘରେ ସମ୍ପତ୍ତିକୁ ନେଇ ଅନେକ ସମୟରେ ଝଗଡା ହୁଏ । କେହିବି ଗୋଟିଏ ଇଞ୍ଚ୍ ଜମି କିମ୍ବା ଟଙ୍କା ଦେବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଜର୍ମାନୀରେ ଜଣେ ମହିଳା ତାଙ୍କର ୫୫ କୋଟି ଟଙ୍କାର ସମ୍ପତ୍ତିକୁ ପଡୋଶୀଙ୍କ ନାମରେ କରିଦେଇଛନ୍ତି ।

ଜର୍ମାନୀର ବର୍ଲିନ ସହରରେ ଜଣେ ବୃଦ୍ଧା ରେନେଟ୍ ନେନ ତାଙ୍କର ୫୫.୩୫ କୋଟି ଟଙ୍କାର ସମ୍ପତ୍ତି ରାତାରାତି ତାଙ୍କର ପଡୋଶୀମାନଙ୍କୁ ଦେଇଦେଇଛନ୍ତି । ସମ୍ପତ୍ତି ଦାନ କରିଥିବା ମହିଳାଙ୍କର ଗତ ଡିସେମ୍ବର ୨୦୧୯ରେ ମୃତ୍ୟୁ ହୋଇସାରିଛି । ରେନେଟ୍ ୧୯୭୫ ଠାରୁ ତାଙ୍କ ପତି ଅଲଫ୍ରେଡ୍ ବେସେଲଙ୍କ ସହିତ ମଧ୍ୟ ଜର୍ମାନୀର ଓ୍ବେପରଫିଲଡେନରେ ରହୁଥିଲେ । ମହିଳାଙ୍କ ସ୍ବାମୀ ସେୟାର ବଜାରରେ ପୁଞ୍ଜି ନିବେଶ କରିବା ସହିତ ଢେର ଲାଭ କରୁଥିଲେ ।

ତେବେ ୨୦୧୪ ମସିହାରେ ରେନଟେଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥିଲା । ତେବେ ୨୦୧୯ ଡିସେମ୍ବରରେ ରେନେଟଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁ ପୂର୍ବରୁ ରେନେଟ୍ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ତାଙ୍କର ପଡୋଶୀମାନଙ୍କୁ ଦେଇଦେଇଥିଲେ ।  ସ୍ଥାନୀୟ ପ୍ରଶାସନର କହିବା କଥା ତାଙ୍କ ପଡୋଶୀମାନେ ସମ୍ପତ୍ତିକୁ ବ୍ୟକ୍ତିଗତ କ୍ଷେତ୍ରରେ ବ୍ୟବହାର କରିପାରିବେ ନାହିଁ ଏବଂ ଏହା ସେଠାକାର ବିକାଶ କାର୍ଯ୍ୟରେ ବ୍ୟବହୃତ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.