ବର୍ଲିନର ପ୍ରସିଦ୍ଧ ପଲିଟିକାଲ ପବ୍‌ରେ ବିଅର୍ ପିଇପାରିବେ ନାହିଁ ମାର୍କେଲ୍ ଏବଂ ତାଙ୍କ ସରକାରର ମନ୍ତ୍ରୀ, ନୂଆ ଲକଡାଉନ୍ ପ୍ରତିବାଦରେ ରାଷ୍ଟ୍ରନେତାଙ୍କୁ କଳା ତାଲିକାଭୁକ୍ତ କଲା ବିଅର୍ ବାର୍

Published By : Prameya-News7 Bureau | November 02, 2020 IST

ବର୍ଲିନ, ୨|୧୧ (ଏଜେନ୍ସି):  ଜର୍ମାନୀରେ ଏବେବି ଅନେକ ସ୍ଥାନରେ ଆଂଶିକ ଲକଡାଉନ୍ ରହିଛି । ଏହି ସମୟରେ ସମସ୍ତ ରେଷ୍ଟୁରାଣ୍ଟ ଓ ବାର୍ ଆଦି ବନ୍ଦ ରହିଛି । ଏହାର ଅଧିକ ପ୍ରଭାବ ପଡିଛି ଜର୍ମାନୀର ରେଷ୍ଟୁରାଣ୍ଟ ତଥା ପବ୍ ଷ୍ଟାଣ୍ଡିଜ୍ ଭରତ୍ରେତୁଙ୍ଗ୍ ଉପରେ । କାରଣ ଏହି ପବ୍ ଅନେକ ରାଜନେତାଙ୍କ ପ୍ରଥମ ପସନ୍ଦ ।

ଏହି ପବର ମାଲିକ ଦେଶରେ ଲାଗୁ ହୋଇଥିବା ଆଂଶିକ ଲକଡାଉନକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି । କାରଣ ଏହି ସମୟରେ ସମସ୍ତ ପବ୍ ଓ ରେଷ୍ଟୁରାଣ୍ଟ ବନ୍ଦ ରହିଛି । ଏପରିକି କରୋନା ପାଇଁ ଜର୍ମାନୀର ଅର୍ଥବ୍ୟବସ୍ଥା ରସାତଳଗାମୀ ହେବାରେ ଲାଗିଛି । ପବର ମାଲିକ ଜର୍ନ ପିଟର ଓ ଜାନ୍ ଫିଲିପ୍ସ ବବିଞ୍ଜର୍ ଏକ ଫେସବୁକ ପୋଷ୍ଟରେ ଭିଡିଓ ଜାରି କରି କହିଛନ୍ତି ଯେ, ଜର୍ମାନୀ ସରକାର କରୋନାର ଦ୍ୱିତୀୟ ଲହରର ମୁକାବିଲା କରିବାରେ ବିଫଳ ହୋଇଛନ୍ତି । କାରଣର ଏପ୍ରିଲ ମାସରୁ ବ୍ୟବସାୟ କ୍ଷତିରେ ଚାଲିଛି ।

ଜର୍ମାନ ସରକାରଙ୍କ ତଥ୍ୟାନୁସାରେ, ରେଷ୍ଟୁରାଣ୍ଟରେ ସଂକ୍ରମଣ ମାମଲା ବହୁତ କମ୍ । ତେବେ ଦେଶରେ ରେଷ୍ଟୁରାଣ୍ଟ ଶିଳ୍ପରେ ପ୍ରାୟ ୨୫ ଲକ୍ଷ ଲୋକ କାମ କରନ୍ତି । ସେମାନେ ଏହି ନଭେମ୍ବରରେ ରୋଜଗାର ହରାଇଛନ୍ତି ।

ପବର ମାଲିକ ଆହୁରି କହିଛନ୍ତି ଯେ, ଅନେକ ରାଜନୈତିକ ବ୍ୟକ୍ତି ତାଙ୍କ ପବକୁ ଆସିଥାନ୍ତି । କିଛି ରାଜନେତା ନିଜର କ୍ୟାଟରିଂ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ରାଜନେତାମାନେ ପବ୍ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ସେମାନଙ୍କୁ କଳାତାଲିକାଭୁକ୍ତ କରାଯାଇଛି । କଳାତାଲିକା ଭୁକ୍ତ ହୋଇଥିବା ରାଜନେତାଙ୍କ ମଧ୍ୟରେ ଜର୍ମାନୀ ଚାନସେଲର୍ ଆଞ୍ଜେଲା ମର୍କେଲ, ଭାଇସ ଚାନସେଲର ଓଲାଫ ସ୍କୋଲସ, ବର୍ଲିନର ଗଭର୍ଣ୍ଣିଂ ମେୟର ମାଇକେଲ୍ ମୁଲେର, ମନ୍ତ୍ରୀ ବାଭାରିଆ ମାର୍କସ ରହିଛନ୍ତି । ଯଦି କେବେ ଚାନସେଲର ତାଙ୍କ ପବକୁ ଆସିବାକୁ ଇଚ୍ଛା କରନ୍ତି ତେବେ ପ୍ରଥମେ ମାଲିକଙ୍କ ସହ କଥା ହେବାକୁ ପଡିବ ।

ସୂଚନାଯୋଗ୍ୟ, ଷ୍ଟାଣ୍ଡିଜ୍ ଭର୍ତ୍ରେତୁଙ୍ଗ୍ ୧୯୯୭ରେ ପ୍ରତିଷ୍ଠା ହୋଇଥିଲା । ବର୍ଲିନ ରେଳ ଷ୍ଟେସନ ନିକଟରେ ଏହି ପବ୍ ଅବସ୍ଥିତ । ଏହି ପବକୁ ଅନେକ ରାଜନେତା ଆସିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.