ସରଗରମ କଂଗ୍ରେସ ଶିବିର: ଜର୍ଜ ତିର୍କୀ କଂଗ୍ରେସରେ ମିଶିବା ଓ ନରସିଂହ ମିଶ୍ର ପୁଣି ନିର୍ବାଚନ ଲଢିବା ଖବର ଚର୍ଚ୍ଚାରେ
27/08/2018 at 4:50 AM

ଭୁବନେଶ୍ବର୨୭|୮
ଖୁବ ଶୀଘ୍ର କଂଗ୍ରେସରେ ଯୋଗଦେବେ ବିଧାୟକ ଜର୍ଜ ତିର୍କୀ। ୯ମାସ ତଳେ ଝାଣ୍ତଖଣ୍ତ ମୁକ୍ତ ମୋର୍ଚ୍ଚାରେ ଯୋଗ ଦେଇଥିବା ଜର୍ଜ ତିର୍କୀ ଜେଏମଏମକୁ ବାଏବାଏ କରିଛନ୍ତି। ଅଗଷ୍ଟ ମାସ ଶେଷରେ କଂଗ୍ରେସ ଯୋଗଦେବେ। ରାଉଲକେଲା ଏମପି ସିଟରୁ ଲଢ଼ିବେ। ଏପଟେ ପୁଣି ବଲାଙ୍ଗୀର ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ନିର୍ବାଚନ ଲଢ଼ିବାକୁ ମନା କରିଥିବା ନିରସିଂହଙ୍କୁ ଦଳ ପୁଣି ଟିକେଟ ଦେବ ବୋଲି ଆଲୋଚନା ଯୋର ଧରିଛି ।
ଭୁବନେଶ୍ବର ଏକ ହୋଟେଲରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି ଆଲୋଚାନ କରିଛନ୍ତି ବିଧାୟକ ଜର୍ଜ ତିର୍କୀ। କଂଗ୍ରେସ ତାଙ୍କୁ ଗ୍ରୀନ ସିଗନାଲ ଦେବା ସହିତ ରାଉଲକେଲାରୁ ସାଂସଦ ପ୍ରାର୍ଥୀ ହେବା ସହ ବୀରମିତ୍ରପୁର ନିର୍ବାଚନ ମଣ୍ତଳୀରୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଛିଡା କରିବାକୁ କଂଗ୍ରେସ ପକ୍ଷରୁ ଆଶ୍ବାସନା ଦିଆଯାଇଛି। ପିସିସି ସଭାପତି କହିଛନ୍ତି ବିଧାୟକ ର୍ଜଜ ତିର୍କୀ କଂଗ୍ରେସ ଏକ ବଡ ଆାସେଟ । ସେ କଂଗ୍ରେସରେ ଯୋଗ ଦେଲେ କଂଗ୍ରେସ ଆହୁରି ସୁଦୃଢ଼ ହେବ। କିନ୍ତୁ ହେମାନନ୍ଦ ବିଶ୍ବାଳ ଜର୍ଜ ତିର୍କୀ କଂଗ୍ରେସ ମିଶିବା ନେଇ ଅରାଜି ଅଛନ୍ତି।
ସେହିଭଳି ବଲାଙ୍ଗୀରରୁ କଂଗ୍ରେସ ପୁଣି ପ୍ରାର୍ଥୀ ହେବ ନରସିଂହ ମିଶ୍ର। ପ୍ରଥମ ପ୍ରର୍ଯ୍ୟୟ ଟିକେଟ ଘୋଷଣା ବେଳେ ଏନେଇ ଘୋଷଣା ହୋଇପାରେ। ଏପଟେ ପିସିସି ସଭାପତି କହିଛନ୍ତି କଂଗ୍ରେସ ସବୁ ବିଧାୟକଙ୍କୁ ଟିକେଟ ଦେବାକୁ ନିଷ୍ପତି ହୋଇଛି। ଯେହେତୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଗରୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଦଳ ପକ୍ଷରୁ ତାଙ୍କୁ ଛିଡା ହେବାକୁ ଅନୁରୋଧ କରାଯିବ। ଏପଟେ ନରସିଂହ ମିଶ୍ର କହିଛନ୍ତି ଦଳ ଯାହା ନିଷ୍ପତି ନେବେ ସମସ୍ତଙ୍କ ସାଙ୍ଗରେ ଆଲୋଚନା କରି ନିଷ୍ପତି ନେବେ। ଆଉ ସେ ନିଷ୍ପତିକୁ ସମସ୍ତେ ମାନିବାକୁ ବାଧ୍ୟ । ନିର୍ବାଚନ ଛିଡା ହେବା ନେଇ ତାଙ୍କ ସାଙ୍ଗରେ ଦଳ କିଛି ଆଲୋଚନା କରିନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।
୨୦୧୯ ନିର୍ବାଚନରେ ପ୍ରତି ଜିଲ୍ଲାରେ କଂଗ୍ରେସ କେମତି ଷ୍ଟ୍ରଙ୍ଗ ପ୍ରାର୍ଥୀ ଦେବ ସେ ନେଇ ଯୋଜନା କରିଛି । ସେଥିପାଇଁ ୯ମାସ ତଳେ ସମତା କ୍ରାନ୍ତି ଦଳ ଛାଡି ଜେଏମଏମ ମିଶିଥିବା ଜର୍ଜ ତିର୍କୀ ଦୁଇଦିନ ତଳେ ଜେଏମଏମରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଦଳରେ ମିଶାଉଛି କଂଗ୍ରେସ। ଏପଟେ ବଲାଙ୍ଗୀରରେ ବିରୋଧୀ ଦଳ ନେତା ମନା କରିଥିଲେ ନିର୍ବାଚନ ଲିଢ଼ିବାକୁ ଦଳ ତାଙ୍କୁ ମନାଇଛି।