ଭୁବନେଶ୍ବର ୩।୪: ବିଜେଡିରେ ମିଶିଲେ ରୋହିତ ଜୋଶେଫ ତିର୍କୀ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗଦେଇଛନ୍ତି । ସାଂସଦ ସସ୍ମିତ ପାତ୍ର ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ସାରଦା ନାୟକ କହିଛନ୍ତି, ରୋହିତଙ୍କ ବାପା ଜର୍ଜ ତିର୍କୀ ଜଣେ ଆଦିବାସୀ ନେତା । ସେ ଜଣେ ଉଚ୍ଚଶିକ୍ଷିତ । ୨୦୧୯ରେ ବୀରମିତ୍ରପୁରରୁ କଂଗ୍ରେସ ଟିକେଟରୁ ଲଢ଼ିଥିଲେ । ସୁନ୍ଦରଗଡ଼ରେ ହକି, ଶିକ୍ଷା ସବୁ ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିରେ ଅନୁପ୍ରାଣିତ ହୋଇ ରୋହିତ ବିଜେଡିରେ ମିଶିଛନ୍ତି ।
ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡେଇ କହିଥିଲେ, ଗୋଟେ କାର୍ଯ୍ୟକ୍ରମ ଯେପରି ୨୦୧୯ରୁ ସୁନ୍ଦରଗଡ଼ ଜିଲ୍ଲାର ରୂପାନ୍ତର ଦେଖିଲେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ଜରିଆରେ ହେଉଛି । ସେଥିରେ ଅନୁପ୍ରାଣିତ ହୋଇ ସେ ଦଳରେ ମିଶିଛନ୍ତି । ଦଳ ଆହୁରି ବୀରମିତ୍ରପୁରରେ ଆହୁରି ସଶକ୍ତ ହେବ । ରୋହିତ କହିଲେ, ସମସ୍ତଙ୍କୁ ଧନ୍ୟବାଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା, ସ୍ବପ୍ନ ଯେ ସୁନ୍ଦରଗଡ଼ ଓ ଓଡ଼ିଶାରେ ବିକାଶ ବଢିଛି ଓ ବଢିବ, ତେଣୁ ମୁଁ ବିଜେଡିରେ ମିଶିଲି । ବାପାଙ୍କ ଆଶୀର୍ବାଦ ଅଛି । ମୁଖ୍ୟମନ୍ତ୍ରୀଙ୍କ ଓଡିଶା ଓ ସୁନ୍ଦରଗଡ଼ ପାଇଁ ଯାହା ନିର୍ଦ୍ଦେଶ ରହିବ, ତାକୁ ଆଗକୁ ନେବି । ଧନ୍ୟବାଦ ଦେଉଛି 5T ଅଧ୍ୟକ୍ଷ ଓ ସଂଗଠନ ସମ୍ପାଦକଙ୍କୁ । ଆଗାମୀ ଦିନରେ ବିଜେଡି କେମିତି ପହଞ୍ଚିବ, ବିକାଶ ପହଞ୍ଚାଇବା ମୋ ଲକ୍ଷ୍ୟ ।
You Can Read :
କାଠ ଆଣିବାକୁ ଯାଇଥିଲେ ଜଙ୍ଗଲକୁ, ଦଳିଦେଲା ଦନ୍ତା