ନୂଆଦିଲ୍ଲୀ ୨୩।୦୬: ସାରା ବିଶ୍ବରେ ଅନେକ ବିଷାକ୍ତ ପ୍ରାଣୀ ରହିଛନ୍ତି । ଖାସ୍ କରି କୁହାଯାଏ କି ସାପ ଅତ୍ୟନ୍ତ ବିଷାକ୍ତ । ବିଶ୍ବର ବିଭିନ୍ନ ପ୍ରାନ୍ତରେ ଭୟଙ୍କର ତଥା ଅତି ବିଷାକ୍ତ ସାପ ରହିଛନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ସାପ ସବୁଠାରୁ ବିଷାକ୍ତ ନୁହେଁ ବରଂ ସାପଠୁ ବି ଅଧିକ ବିଷାକ୍ତ ପ୍ରାଣୀ ରହିଛନ୍ତି ।
ସବୁଠାରୁ ବିପଜ୍ଜନକ ଜଳଚର ବିଷାକ୍ତ ପ୍ରାଣୀ ଏକ ଶାବକ ଛଡା ଆଉ କିଛି ନୁହେଁ । ସବୁଠାରୁ ବିଷାକ୍ତ ଶାବକ ପ୍ରଜାତିର ନାଁ ହେଉଛି ଜିଓଗ୍ରାଫିକ୍ କୋନ୍…ଏହି ଶାବକ ନିଜକୁ ରକ୍ଷା କରିବା ପାଇଁ ମାରାତ୍ମକ ବିଷ ଛାଡିଥାଏ ।
ରିସର୍ଚ୍ଚ ଅନୁଯାୟୀ ଏହି ଶାବକର ବିଷ ପ୍ରଭାବରେ କୌଣସି ବ୍ୟକ୍ତିର ଆଖି ପିଛୁଳାକେ ଜୀବନ ଚାଲିଯିବ । ଜିଓଗ୍ରାଫିକ୍ କୋନ୍ ନାମକ ଶାବକଙ୍କ ଶରୀରରୁ ନିର୍ଗତ ବିଷ ୧୦ଟି ଅଂଶକୁ ନେଇ ତିଆରି ହୋଇଥାଏ । ମଣିଷକୁ ସହଜରେ ମାରିବା ପାଇଁ ଏହା ସକ୍ରିୟ ଭାବରେ କାମ କରେ ।
ପାଣିରେ ଥିବା ଏହି ଶାବକ ଦ୍ବାରା ନିର୍ଗତ ହୋଇଥିବା ବିଷ ସବୁଠାରୁ ବିପଜ୍ଜନକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଷ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ଆସିନାହିଁ । ଏହାର ଅର୍ଥ ଏହି ଶାବକ ବିଷ ପାଇଁ କୌଣସି ଔଷଧ ନାହିଁ…