ନୂଆଦିଲ୍ଲୀ ୧୧/୧: ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେଙ୍କ ବଡ଼ ବୟାନ। କହିଲେ ଯଦି ସଂସଦ ଚାହିଁବ ଆମେ ପାକ୍ ଅଧିକୃତ କାଶ୍ମୀରରେ ଆକ୍ସନ୍ ନେବୁ। ତେବେ ଏଥିପାଇଁ ସଂସଦୀୟ ସଂକଳ୍ପର ଆବଶ୍ୟକତା ରହିଛି। ସଂପୂର୍ଣ୍ଣ କାଶ୍ମୀର ଭାରତର ଅଙ୍ଗ। ଯଦି ସଂସଦ କହିବ ଯେ ପିଓକେ ଆମର ହେବାର ଆବଶ୍ୟକତା ରହିଛି ଏବଂ ସେନେଇ ଆଦେଶ ମିଳିବ, ସେନା ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
{"id":209909,"sizeSlug":"large"}ସରକାର ଆଦେଶ ଦେଲେ, ପିଓକେକୁ କବ୍ଜା କରିନେବୁ। ସମଗ୍ର ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ସଂସଦ ଯେତେବେଳେ ଚାହିଁବ ପାକ୍ ଅଧିକୃତ କାଶ୍ମୀରକୁ ଭାରତରେ ମିଶାଇବା ପାଇଁ ଆମେ ତୁରନ୍ତ ଆକ୍ସନ ନେବୁ। ଏନେଇ ଆଦେଶ ମିଳିବା ମାତ୍ରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନା ପୂରା ତୟାର ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ। ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସଂସଦରେ କହିଥିଲେ, କି ପିଓକେ ଭାରତର ଅଂଶ ।…
ସେପଟେ ଭାରତ-ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଆଶଂକା କରି ଜାତିସଂଘ ସୁରକ୍ଷା ପରିଷଦ ଏବଂ ଜାତିସଂଘ ମହାସଚିବ ଆଣ୍ଟୋନିୟୋ ଗୁଟେରେସ୍ଙ୍କ ନିକଟରେ ଗୁହାରୀ କରିଛି ପାକିସ୍ତାନ। କୌଣସି ବଡ଼ ଅଘଟଣ ପୂର୍ବରୁ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ପାକିସ୍ତାନ ଅନୁରୋଧ କରିଛି।… ଏପଟେ ସେନାମୁଖ୍ୟଙ୍କ ବୟାନ ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିଛି ।…
{"id":209910,"sizeSlug":"large"}ପାକିସ୍ତାନ ଏବଂ ଚୀନକୁ ମୁକାବିଲା କରିବା ପାଇଁ ମଧ୍ୟ ଭାରତ ପୂରା ପ୍ରସ୍ତୁତ ବୋଲି କହିଛନ୍ତି ସେନାମୁଖ୍ୟ । ସେନାର ନେଟୱର୍କରେ ସୁଧାର ପାଇଁ ଚାରି ସ୍ତରରେ କାମ ଚାଲିଛି । ସେନା ମୁଖ୍ୟାଳୟର ରିଷ୍ଟ୍ରକ୍ଚରିଂ ହେବ। ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ ଗ୍ରୁପ୍ ଗଠନ କରାଯିବ ବୋଲି କହିଛନ୍ତି ସେନାମୁଖ୍ୟ । …