ମୌଳିକ ସୁବିଧାରୁ ବଞ୍ଚିତ ନୟାଗଡ ନୂଆଗାଁ ଆଙ୍ଗିସିଙ୍ଗି ଏବଂ କୋଶଳାଙ୍ଗ ଗ୍ରାମବାସୀ

Published By : Prameya-News7 Bureau | September 23, 2018 IST

ନୟାଗଡ ୨୩|୯: ଗାଁରେ ଗାଁରେ ପହଞ୍ଚିବ ମୌଳିକ ସୁବିଧା । ଗମନାଗମନ, ପିଇବା ପାଣି, ଶିକ୍ଷା, ସ୍ବାସ୍ଥ୍ୟ ଆଦି ପାଇଁ ସରକାରଙ୍କ କେତେ କଣ ଯୋଜନା । ହେଲେ ନୟାଗଡ଼ ନୂଆଗାଁ ଆଙ୍ଗିସିଙ୍ଗି ଏବଂ କୋଶଳାଙ୍ଗ ଗାଁକୁ ଗଲେ ଜଣାପଡିଯାଏ ଯୋଜନା କେତେ କାର୍ଯ୍ୟକାରୀ ହେଉଛି । ନାହିଁ ନାହିଁର ଗାଁ ପାଲଟିଛି ନୟାଗଡ଼ ନୂଆଗାଁର ଆଙ୍ଗିସିଙ୍ଗି ଏବଂ କୋଶଲାଙ୍ଗ । ରାସ୍ତା ସାରା ଖାଲ ଖମା ଆଉ କାଦୁଅ ପଚପଚ । ଟିକିଏ ଅନ୍ୟମନସ୍କ ହେଲେ ପଡ଼ିବା ନିଶ୍ଚିତ। ବାଟରେ ପଡେ ବାଘୁଆ ନଈ । ବର୍ଷ। ଦିନେ ପାଣିଆସିଲେ ଯାତାୟତ ବନ୍ଦ । ଛାତ୍ରଛାତ୍ରୀମାନେ ଜୀବନକୁ ବାଜି ଲଗେଇ ପ୍ରଖରସୁଅରେ ନଦୀ ପାର୍ ହୋଇ ସ୍କୁଲକୁ ଯାଆନ୍ତି । ପାଣି ବେଶୀ ଆସିଲେ ସ୍କୁଲ୍ ଯିବା ବନ୍ଦ । ଗଁ।ରେ କୌଣସି ରୋଗୀ ଯଦି ଗୁରୁତର ହୋଇପଡ଼ନ୍ତି ତାହାଲେ ମୃତ୍ୟୁ ନିଶ୍ଚିତ । ଦୁଇଟି ଯାକ ଗାଁରେ ଗୋଟିଏ ଲେଖାଏଁ ନଳକୂଅ ଅଛି । ହେଲେ ସେସବୁ ଅଚଳ । ୮ ମାସ ହେଲା ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଲାଇନ୍ ନାହିଁ । ପୁରୁଷ ଲୋକ ବାହାରକୁ ଯାଇଥାଆନ୍ତି କାମ ପାଇଁ । ଆଉ ଜଙ୍ଗଲରେ ପତ୍ର ଗୋଟେଇ ଖଲିପତ୍ର ସିଲେଇ କରି ପରିବାର ଚଳାନ୍ତି ମହିଳା । ନିର୍ବ।ଚନ ସମୟରେ ରାଜନେତାମାନଙ୍କର ଗଁ।କୁ ଲାଇନ୍ ଲାଗେ । ହେଲେ ଭୋଟ୍ ପରେ କେହି ଧରାଛୁଆଁ ଦିଅନ୍ତିନି । ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ପାଲଟିଛି । ମଧ୍ୟ କୈ।ଣସି ପଦକ୍ଷେପ ନେଉନାହିଁ । ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ଲକ୍ ଉପାଧ୍ୟକ୍ଷ । ବ୍ଲକ୍ କାର୍ଯ୍ୟାଳୟଠାରୁ ମାତ୍ର ୧୩ କିଲୋମିଟର ଦୂରରେ ଥିବା ଏ ଗାଁର ସମସ୍ୟା ସବୁ କହିଦେଉଛି ଆମ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.