ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲଙ୍କ ବିରୋଧରେ ପ୍ରାର୍ଥୀ ବଦଳାଇଲା ସପା, ଏହି ନେତାଙ୍କୁ ଦେଲା ଟିକେଟ୍

Published By : Prameya-News7 Bureau | April 03, 2024 IST

Moneycontrol

ଲକ୍ଷ୍ନୌ: ମେରଠ ଲୋକସଭା ଆସନରେ ରଣନୀତିରେ ବଡ଼ ପରିବର୍ତ୍ତନ କରିଛି ସମାଜବାଦ ପାର୍ଟି। ବିଜେପି ପକ୍ଷରୁ ମଇଦାନରେ ଥିବା ଅଭିନେତା ଅରୁଣ ଗୋଭିଲଙ୍କ ବିରୋଧରେ ସମାଜବାଦୀ ପାର୍ଟି ସୋମବାର ବିଳମ୍ବିତ ରାତି ସୁଦ୍ଧା ଘୋଷଣା କରିଥିବା ପ୍ରାର୍ଥୀ ଭାନୁ ପ୍ରତାପ ସିଂଙ୍କ ଟିକେଟ୍ କାଟି ସରଧନାରୁ ସପା ବିଧାୟକ ଅତୁଲ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏହି ସିଟ୍‌ରେ ଦ୍ଵିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ମତଦାନ ହେବ। ଏମିତିରେ ପ୍ରଶ୍ନ ଉଠୁଛି କାହିଁକି ସପା ମୁଖ୍ୟ ଅଖିଳେଶ ଯାଦବ ମେରଠରେ ପ୍ରାର୍ଥୀ ବଳାଇବାକୁ ନିଷ୍ପତ୍ତି ନେଲେ ? କାହିଁକି ଭାନୁ ପ୍ରତାପ ସିଂଙ୍କ ସ୍ଥାନରେ ଅତୁଲ ପ୍ରଧାନଙ୍କୁ ପ୍ରାଥମିକତା ଦେଲେ ? 

Also read: ମୋଦୀ ମଉଜ କରିବା ପାଇଁ ଜନ୍ମ ହୋଇ ନାହିଁ, ୧୦ ବର୍ଷରେ ଯାହା ହୋଇଛି ତାହା ଟ୍ରେଲର; ରାଜସ୍ଥାନରେ ଗର୍ଜିଲେ ପିଏମ୍

ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ବହୁତ ଲୋକପ୍ରିୟ ଅଭିନେତା। ଏହା ସହିତ କରୋନା ସମୟରେ ଏବଂ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପୁଣି ଥରେ ସେ ଚର୍ଚ୍ଚାରେ ରହିଥିଲେ। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଅରୁଣ ଗୋଭିଲଙ୍କ ଲୋକପ୍ରିୟତା ତାଙ୍କୁ ନିର୍ବାଚନରେ ସର୍ବଦା ଆଗରେ ରଖିବ। ଅରୁଣ ମଙ୍ଗଳବାର ମେରଠ ଲୋକସଭା ସିଟରୁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଛନ୍ତି। ଏହି ସମୟରେ ଗୋଭିଲଙ୍କ ସହିତ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। ଗୋଭିଲ ଏହି ଅବସରରେ କହିଛନ୍ତି ଯେ, ମୋ ଉପରେ ବିଶ୍ଵାସ କରିଥିବାରୁ ବିଜେପି ନେତୃବୃନ୍ଦଙ୍କ ଧନ୍ୟବାଦ ଦେବାକୁ ଚାହୁଁଛି। ତାଙ୍କୁ ବଡ଼ ମାତ୍ରା ଜନସମର୍ଥନ ମିଳୁଥିବା ଗୋଭିଲ କହିଛନ୍ତି।

ଭାନୁ ପ୍ରତାପ ସିଂଙ୍କ ଟିକେଟ୍ କାହିଁକି କଟିଲା ?

ଅରୁଣ ଗୋଭିଲଙ୍କ ବିରୋଧରେ ପ୍ରଥମେ ସପା ପକ୍ଷରୁ ଭାନୁ ପ୍ରତାପ ସିଂଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ବୁଲନ୍ଦସହରର ମୂଳ ନିବାସୀ ଭାନୁ ବଡ଼ ଦଳିତ ଚେହେରା ଥିଲେ।  ସେ ୨୦୨୨ ଏପ୍ରିଲ ୧୨ରେ ଦେଶବ୍ୟାପୀ ଚାଲିଥିବା ଇଭିଏମ ହଟାଓ ଅଭିଯାନରେ ସେ  ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ। ଏହା ସହିତ ଲକ୍ଷ୍ମୀପୁର ଖିରି ଘଟଣାରେ ସହିଦ କୃଷକଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଭାନୁ ପହଞ୍ଚିଥିଲେ। ସପା ଭାନୁଙ୍କୁ ପ୍ରାର୍ଥୀ କରି ପଛୁଆ ବର୍ଗଙ୍କ ଭୋଟ୍ ନିଜ ସପକ୍ଷରେ ଟାଣିବାକୁ ଚାହିଁଥିଲା। ମାତ୍ର ବିଜେପି ଅରୁଣ ଗୋଭିଲଙ୍କୁ ପ୍ରାର୍ଥୀ କରିବାରୁ ସପାକୁ ନିଜର ରଣନୀତି ବଦଳାଇବାକୁ ପଡ଼ିଛି। ଏହିପରି ମେରଠ ଲଢେଇରେ ଅତୁଲ ପ୍ରଧାନଙ୍କ ଏଣ୍ଟ୍ରି ହୋଇଛି।

କିଏ ଏହି ଅତୁଲ ପ୍ରଧାନ ?

ଅତୁଲ ପ୍ରଧାନ ହେଉଛନ୍ତି ସାରଧନାରୁ ବିଧାୟକ। ଗୁର୍ଜର ସଂପ୍ରଦାୟରେ ତାଙ୍କର ମଜବୁତ ଭୋଟ୍ ବ୍ୟାଙ୍କ ରହିଛି। ଅତୁଲ ମେରଠର ଚୌଧୁରୀ ଚରଣ ସିଂ ବିଶ୍ଵ ବିଦ୍ୟାଳୟରୁ କ୍ୟାମ୍ପସରେ ଛାତ୍ର ରାଜନୀତି ଆରମ୍ଭ କରିଥିଲେ। ସେ ସପା ଛାତ୍ର ସଭାର ରାଜ୍ୟ ସଭାପତି ରହିଥିଲେ। ସେ ୨୦୧୨ରେ ପ୍ରଥମ ଥର ସପା ଟିକେଟରେ ପ୍ରତିଦ୍ଵନ୍ଦ୍ଵିତା କରି ବିଜେପି ପ୍ରାର୍ଥୀଙ୍କଠୁ ହାରିଥିଲେ। ପୁଣି ୨୦୧୭ରେ ଅତୁଲ ବିଜେପି ପ୍ରାର୍ଥୀଙ୍କଠୁ  ହାରିଥିଲେ। ୨୦୨୨ ବିଧାନସଭା ନିର୍ବାଚନରେ ସରଧନା ସିଟରୁ ଲଢି ଜିତିଥିଲେ। ୪୨ ବର୍ଷୀୟ ଜଗନ୍ନାଥଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସ୍ନାତକ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.