ମୋଦୀ-ନବୀନ ପରସ୍ପରକୁ କଲେ ପ୍ରଶଂସା, ମଉଳିନି ବିଜେପି-ବିଜେଡିର ମେଣ୍ଟ ଆଶା

Published By : Prameya-News7 Bureau | March 05, 2024 IST

ଭୁବନେଶ୍ଵର: ବିଜେଡି-ବିଜେପି ମେଣ୍ଟ ସସପେନ୍ସ ଭିତରେ ଅପେକ୍ଷା ଥିଲା ମୋଦୀଙ୍କ ଆଗମନକୁ । ମୋଦୀ ଆସିଲେ ଆଉ ଅନେକ କିଛି ସଙ୍କେତ ଦେଇଗଲେ । କାର୍ଯ୍ୟକ୍ରମ ମଞ୍ଚରେ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ନବୀନ ମଧ୍ୟ ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାରଙ୍କ ଠାରୁ ସମସ୍ତ ପ୍ରକାର ସହଯୋଗ ଲୋଡ଼ିଲେ । ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ନା’ ଥିଲା ଡବଲ ଇଞ୍ଜିନ ସରକାରର ନାରା, ନା’ ଥିଲା ରାଜ୍ୟ ସରକାରଙ୍କ ପ୍ରତି ବିରୋଧାଭାଷ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଆଗାମୀ ଦିନରେ ଦୁଇ ଦଳ ଭିତରେ ବେଶ୍ ଭଲ ବୁଝାମଣା ରହିଛି ।

Also read- ବିଜେପିର ମହାମିଶ୍ରଣ ପର୍ବ, ପଦ୍ମ ଧରିଲେ ପ୍ରେମାନନ୍ଦ-ରାଜେନ୍ଦ୍ର-ନରେନ୍‌

ପୁଣି ଝୁଲିଲା ମେଣ୍ଟ ସସପେନ୍ସ । ଆଜି ମୋଦୀଙ୍କ ଓଡିଶା ଗସ୍ତ ସମୟରେ ବିଜେଡି-ବିଜେପି ମେଣ୍ଟ ଉପରେ କିଛି ଠୋସ୍ ନିଷ୍ପତ୍ତି ଆସିବ ବୋଲି ଚର୍ଚ୍ଚା ଲାଗି ରହିଥିଲା । ହେଲେ ମୋଦୀ-ନବୀନଙ୍କ ଭେଟଘାଟ ମେଣ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଲା । ଖୋଲାଖୋଲି ମନ୍ତବ୍ୟ ଦେଇନଥିଲେ ବି ଦୁଇ ନେତାଙ୍କ ଭାଷଣ ଓ ବଡ଼ି ଲାଙ୍ଗୁଏଜ୍ ଅନେକ କିଛି ସଙ୍କେତ ଛାଡ଼ିଥିଲା । ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ନବୀନ ମଧ୍ୟ ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାରଙ୍କ ଠାରୁ ସମସ୍ତ ପ୍ରକାର ସହଯୋଗ ଲୋଡ଼ିଥିଲେ । 

{"id":917467,"sizeSlug":"full","linkDestination":"none"}

ଚଣ୍ଡିଖୋଲ ସରକାରୀ କାର୍ଯ୍ୟକ୍ରମରେ ନବୀନ ସମ୍ବଲପୁର  ଅପେକ୍ଷା ମୋଦୀଙ୍କୁ ଅଧିକ ପ୍ରଶସା କରିଥିଲେ । କହିଥିଲେ ମୋଦୀଙ୍କ ଦୃଢ ନେତୃତ୍ବ ପାଇଁ ଆଗକୁ ଭାରତ ବିଶ୍ବର ତୃତୀୟ ଅର୍ଥନୀତି ହେବାକୁ ଯାଉଛି । ଓଡିଶାର ବିକାଶ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ । ସାଢେ ୪ କୋଟି ଓଡିଆଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା ବି କରିଥିଲେ ମୁଖ୍ୟମନ୍ତ୍ରୀ ।

wp:heading {"level":4}

Also read- ପ୍ରଧାନମନ୍ତ୍ରୀ ହେଉଛନ୍ତି ବଡ଼ ଭାଇ, ରାଜ୍ୟର ବିକାଶ ପାଇଁ ଗୁଜରାଟ ମଡେଲ ଦରକାର କହିଲେ ତେଲଙ୍ଗାନା ସିଏମ୍

/wp:heading

ସେପଟେ ସମ୍ବଲପୁର ସଭାରେ ନବୀନଙ୍କୁ ମିତ୍ର ବୋଲି ସମ୍ବୋଧନ କରିଥିବା ମୋଦୀ ଆଜି ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ। ସମ୍ବଲପୁର ସଭା ଭଳି ଚଣ୍ଡିଖୋଲ ସଭାରେ ବି ବିଜେଡି ସରକାର ଉପରେ ପଦୁଟିଏ ବି କହିନଥିଲେ ମୋଦୀ । ଆଉ ମଞ୍ଚ ଉପରେ ଦୁଇ ନେତା ପରସ୍ପର ସହ ବେଶ ସହଜ ଅନୁଭବ କରିବା ସହ ଅଧିକ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ଦୁଇ ନେତାଙ୍କ ଏଭଳି ବଡି ଲାଙ୍ଗୁଏଜ ମେଣ୍ଟ ଚର୍ଚ୍ଚାକୁ ପୁଣି ପାଦେ ଆଗକୁ ବଢାଇଛି ।

{"id":917468,"sizeSlug":"full","linkDestination":"none"}

ଗତ କିଛି ଦିନ ହେଲା ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରି ରଖିଛି । ସେଥିପାଇଁ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଆଉ ମୋଦୀଙ୍କ ଓଡିଶାଗସ୍ତ ଦୃଷ୍ଟିରୁ ସମସ୍ତଙ୍କ ନଜର ଥିଲା  ନବୀନ ଓ ମୋଦୀ କଣ କହୁଛନ୍ତି । କାରଣ ସକାଳୁ ମୋଦୀ ବିଜୁ ବାବୁଙ୍କ ଜୟନ୍ତୀ ପାଇଁ  ଟୁଇଟ କରି ବିଜୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନବୀନ ବି ପ୍ରଧାନମନ୍ତ୍ରୀଙ୍କ ଟୁଇଟକୁ ରି-ଟୁଇଟ କରିଥିଲେ । ଆଜି ଚଣ୍ଡିଖୋଲରେ  ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ବିଜୁବାବୁଙ୍କ ନାଁ ନେଇ ଓଡିଶା ଓ ଦେଶ ପ୍ରତି ତାଙ୍କର ଅବଦାନକୁ ପ୍ରସଂସା କରିଥିଲେ ।

{"id":917469,"sizeSlug":"full","linkDestination":"none"}

ମୋଦୀଙ୍କ ଭାଷଣରେ କେବଳ ଟାର୍ଗେଟରେ ଥିଲା କଂଗ୍ରେସ ।  କିଭଳି କଂଗ୍ରେସର ପରିବାଦ ରାଜନୀତି ଦେଶକୁ ପଛକୁ ନେଇଛି ତା`ଉପରେ ଶାଣିତ ଆକ୍ରମଣ କରିଥିଲେ ମୋଦୀ। ହେଲେ ନବୀନ ସରକାରଙ୍କ ଉପରେ ଗୋଟିଏ ଶବ୍ଦ ବି ଉଚ୍ଚାରଣ କରିନଥିଲେ । ଏଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ମେଣ୍ଟ ଚର୍ଚ୍ଚାରେ  ଏବେ ବି ପୂର୍ଣଛେଦ ପଡିନି ।

ବିଜେଡି-ବିଜେପି ମେଣ୍ଟ ପ୍ରସଙ୍ଗରେ ଦୁଇ ଦଳର ତୁଙ୍ଗ ନେତୃତ୍ବ କଥାବାର୍ତ୍ତା ଜାରି ରଖିଥିବା କୁହାଯାଉଛି । ଚର୍ଚ୍ଚା ଏମିତି ବି ହେଉଛି ଯେ, ସିଟ୍ ସେୟାରିଂକୁ ନେଇ କିଛିଟା ଦ୍ବନ୍ଦ ଥିବାରୁ ଉଭୟ ପକ୍ଷ ଏନେଇ ମୁହଁ ଖୋଲୁ ନାହାନ୍ତି । ଆଜି ନବୀନ-ମୋଦୀଙ୍କ ଭେଟଘାଟ ପରେ କିଛି ବାଟ ବାହାରିବ ବୋଲି ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.