ଦୁର୍ନୀତିଗ୍ରସ୍ତ ଲୋକେ ଇଡିକୁ ଭୟ କରିବେ...ସବୁ ଟ୍ରେଲର ଥିଲା, ଏବେ ଆହୁରି କାମ ବାକି ଅଛି: ମୋଦୀ

Published By : Prameya-News7 Bureau | April 15, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ସ୍ଵତନ୍ତ୍ର ସାକ୍ଷାତକାରରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି।  ସେ ସନାତନ ବିରୋଧୀ ପ୍ରସଙ୍ଗ ହେଉ କି ବିରୋଧୀଙ୍କ ଉପରେ ଇଡି କାର୍ଯ୍ୟାନୁଷ୍ଠାନ ହେଉ ଅବା ଆଗାମୀ ସମୟର କାର୍ଯ୍ୟପନ୍ଥା ସବୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ ଉତ୍ତର ରଖିଛନ୍ତି। 

ସରକାରଙ୍କ ଦ୍ଵାରା ଜେଲ୍ ପଠାଯାଉଥିବା ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଇଡି ଦ୍ଵାରା ରୁଜୁ ଅଧିକାଂଶ କେସ୍ ସେହି ବ୍ୟକ୍ତିଙ୍କ ବିରୋଧରେ ରହିଛି, ଯାହାଙ୍କର ରାଜନୀତିରେ କୌଣସି ସମ୍ବନ୍ଧ ନାହିଁ। ସଚ୍ଚୋଟ ବ୍ୟକ୍ତିଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ। ମାତ୍ର ଦୁର୍ନୀତିରେ ସାମିଲ ଲୋକେ ତ ଭୟ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ତୃତୀୟ କାର୍ଯ୍ୟକାଳର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ସେ ୧୦୦ ଦିନର ଯୋଜନା ବିଷୟରେ ମଧ୍ୟ ନିଜର ମତ ରଖିଛନ୍ତି।

Also read: ଦିଲ୍ଲୀ CMଙ୍କ ଅଡୁଆ ଥମୁନି, ପ୍ରଚାର ପାଇଁ ଅନୁମତି ଦେଲେନି ସୁପ୍ରିମକୋର୍ଟ

ମୋଦୀ କହିଛନ୍ତି, ଏ ପର୍ଯ୍ୟନ୍ତ ଆମ ସରକାର ଯଥା ସମ୍ଭବ ଅନେକ କାର୍ଯ୍ୟ କରିଛନ୍ତି। କିନ୍ତୁ ଏବେ ଆହୁରି କାମ କରିବ ବାକି ରହିଛି। ମୁଁ ଜାଣିବାକୁ ଚେଷ୍ଟାକରୁଛି ଯେ, ମୋ ଦେଶରକୁ ଏବେ କଣ କଣ ଆବଶ୍ୟକତା ରହିଛି। ସବୁ ପରିବାରର ସ୍ଵପ୍ନ ପୂରଣ ପାଇଁ ଉଦ୍ୟମ ଜାରି ରହିଛି। ଏଥିପାଇଁ ମୁଁ କହୁଛି ଯାହା ଦେଖିଛନ୍ତି ତାହା ସବୁ ଟ୍ରେଲର ଥିଲା। ଆଗାମୀ ଦିନରେ ଆପଣ ସରକାରଙ୍କ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଓ ପଦକ୍ଷେପ ଦେଖି ପାରିବେ ଯାହା ଦେଶ ବିକାଶକୁ  ଆହୁରି ଗତି ଦେବ। ମୁଁ ନିର୍ବାଚନ ପୂର୍ବରୁ ଏମିତି ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିଲି। ମୁଁ ଗତ ଦୁଇ ବର୍ଷରୁ ୨୦୪୭କୁ ଦୃଷ୍ଟିରେ ରଖି କାମ କରୁଥିଲି।   ଆଗାମୀ ୨୫ ବର୍ଷରେ ଦେଶକୁ କେମିତି ଦେଖିବାକୁ ଚାହାନ୍ତି ଏହା ଉପରେ ପାଖାପାଖି ୧୫ ଲକ୍ଷ ଲୋକଙ୍କଠୁ ପ୍ରସ୍ତାବ ଓ ବିଚାର ଗ୍ରହଣ କରିଛି। 

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ୨୦୧୯ ନିର୍ବାଚନରେ ସେ ୧୦୦ ଦିନର କାମ ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଯେମିତି ପୁନର୍ବାର ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଲେ ୧୦୦ ଦିନ ଭିତରେ ଧାରା ୩୭୦ ଉଚ୍ଛେଦ କରାଗଲା। ମୁସଲିମ ଭଉଣୀଙ୍କୁ ତିନି ତଲାକରୁ ମୁକ୍ତି ଦିଆଗଲା। ୧୦୦ ଦିନରେ ୟୁଏପିଏ ବିଲ୍ ସିକ୍ୟୁରିଟିର ବ୍ୟବସ୍ଥା କରାଗଲା। ବ୍ୟାଙ୍କର ବିଲୟ କରାଗଲା। 

 

 

 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.