ଭୋଜପୁରୀ ଷ୍ଟାର ପବନ ସିଂଙ୍କୁ ବିଜେପି ଆସନସୋଲରୁ ଦେଲା ଟିକେଟ୍, ଶତ୍ରୁଘ୍ନ ସିହ୍ନାଙ୍କ ସହ ହେବ ଟକ୍କର !

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ୧୯୫ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତାଲିକାରେ ପଶ୍ଚିମବଙ୍ଗର ୨୦ ଆସନ ରହିଛି। ଏଥିରୁ ଅଧିକ ଚର୍ଚ୍ଚା ଆସନସୋଲକୁ ନେଇ ହେଉଛି। ଏଠାରେ ବିଜେପି ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତା ପବନ ସିଂଙ୍କୁ ପ୍ରାର୍ଥୀ କରିଛି। ଯଦି ଟିଏମସି ଶତ୍ରୁଘ୍ନଙ୍କୁ ପ୍ରାର୍ଥୀ କରେ ଏହି ଆସନରେ ଦୁଇ ବିହାରୀଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିପାରେ।

ପଶ୍ଚିମବଙ୍ଗର ଘୋଷିତ ୨୦ ପ୍ରାର୍ଥୀଙ୍କ ମଧ୍ୟରୁ ୯ ଜଣ ସାଂସଦଙ୍କୁ ପୁନର୍ବାର ଦଳ ପକ୍ଷରୁ ଟିକେଟ୍ ମିଳିଥିବା ବେଳେ କେବଳ ଜଣେ ସାଂସଦ ଜନ ବାରଲାଙ୍କ ଟିକେଟ୍ କଟାଯାଇଛି। ତାଙ୍କ ସ୍ଥାନରେ ୨ ଥରର ବିଧାୟକ ମନୋଜ ତିଗାଙ୍କୁ ପ୍ରାର୍ଥୀ କରାଯାଇଛି। ଏଥର ପଶ୍ଚିମବଙ୍ଗର ଆସନସୋଲରୁ ବଲିଉଡ ଅଭିନେତା ତଥା ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ବିଜେପି ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତା ପବନ ସିଂଙ୍କୁ ପ୍ରାର୍ଥୀ କରିଛି। ପଶ୍ଚିମବଙ୍ଗରେ ଏହି ଭୋଜପୁରୀ ଅଭିନେତାଙ୍କ ବ୍ୟତୀତ ବିଜେପି ପ୍ରାୟ ସମସ୍ତ ପୁରୁଣା ଚେହେରାଙ୍କୁ ପ୍ରାର୍ଥୀ କରିବା ସହ ସେମାନଙ୍କ ଉପରେ ଭରସା ପ୍ରକଟ କରିଛି।

wp:heading {"level":4}

Also read- ‘ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରନ୍ତୁ’: ଗମ୍ଭୀରଙ୍କ ପରେ ବିଜେପି ସାଂସଦ ଜୟନ୍ତ ଶର୍ମା ମଧ୍ୟ ଲଢ଼ିବେନି ଲୋକସଭା ନିର୍ବାଚନ

/wp:heading

ପଶ୍ଚିମବଙ୍ଗ ଆସନସୋଲରୁ ନିର୍ବାଚନୀ ମଣ୍ଡଳୀରେ ବର୍ତ୍ତମାନ ସାଂସଦ ଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ଟିଏମସି ପୁଣି ଥରେ ପ୍ରାର୍ଥୀ କରିପାରେ। ଏମିତି ହେଲେ ଆସନସୋଲ ଆସନରେ ଦୁଇ ବିହାରୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ। ଭୋଜପୁରୀ ଅଭିନେତା ପବନ ସିଂଙ୍କ ଦୀର୍ଘ ଦିନରୁ ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଆଶା କରାଯାଉଥିଲା ତାଙ୍କୁ ବିହାରରୁ ପ୍ରାର୍ଥୀ କରାଯିବ। କିନ୍ତୁ ବିହାର ପରିବର୍ତ୍ତେ ପବନଙ୍କୁ ପଶ୍ଚିମବଙ୍ଗ ନିର୍ବାଚନୀ ମଇଦାନରେ ଓହ୍ଲାଯାଇଛି। ଆସନସୋଲ ସଂସଦୀୟ କ୍ଷେତ୍ର ଝାଡ଼ଖଣ୍ଡ ସନ୍ନିକଟରେ ରହିଛି ଏବଂ ଏଠାରେ ବିହାରୀ ମତଦାତାଙ୍କ ସଂଖ୍ୟା ଅଧିକ ରହିଛି। ଏମିତିରେ ପବନ ସିଂ ବିଜେପି ପାଇଁ ବଡ଼ ଫ୍ୟାକ୍ଟର ସାବ୍ୟସ୍ତ ହୋଇ ପାରନ୍ତି ବୋଲି କୁହାଯାଉଛି।

wp:heading {"level":4}

Also read- ଲୋକସଭା ନିର୍ବାଚନରେ ୧୯୫୨ ଠାରୁ ୨୦୧୯ ପର୍ଯ୍ୟନ୍ତ ଚାରି ଗୁଣ ବଢ଼ିଛି ପ୍ରାର୍ଥୀଙ୍କ ସଂଖ୍ୟା

/wp:heading

୨୦୧୯ ଲୋକସଭା ନିର୍ବାଚନରେ ଆସନସୋଲ ଲୋକସଭା ସିଟ୍‌ରୁ ବିଜେପିର ବାବୁଲ ସୁପ୍ରିୟୋ ନିର୍ବାଚନ  ଜିତିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ଟିଏମସିରେ ସାମିଲ୍ ହୋଇ ୨୦୨୧ରେ ବିଧାନସଭା ନିର୍ବାଚନ ଲଢି ମମତା ସରକାରରେ ମନ୍ତ୍ରୀ ହୋଇଥିଲେ। ଏହା ପରେ ୨୦୨୨ରେ ଉପ ନିର୍ବାଚନରେ ଟିଏମସି ଆସନସୋଲରୁ ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲା। ଆଉ ଶତ୍ରୁଘ୍ନ ସିହ୍ନା ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପାଲଙ୍କୁ ପ୍ରାୟ ୩ ଲକ୍ଷ ଭୋଟରେ ହରାଇ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

କୁହାଯାଉଛି ୨୦୨୪ ଲୋକସଭା ନିର୍ବାଚନରେ ଟିଏମସି ଉକ୍ତ ଆସନରୁ ପୁଣି ଥରେ ଶତ୍ରୁଘ୍ନ ସିହ୍ନାଙ୍କୁ ଟିକେଟ୍ ଦେଇପାରେ। ଅନ୍ୟପଟେ ପବନ ସିଂ ମୂଳତଃ ବିହାରର ଆରାର ବାସିନ୍ଦା। ସେ ଅନେକ ଭୋଜପୁରୀ ହିଟ୍ ଫିଲ୍ମରେ କାମ କରିଛନ୍ତି। ପବନଙ୍କ ବିହାର ବ୍ୟତୀତ ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଲକ୍ଷାଧିକ ସଂଖ୍ୟାରେ ପ୍ରଶଂସକ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.