ଭୁବନେଶ୍ଵର: ଶାସକ ବିଜୁ ଜନତା ଦଳ ଦ୍ଵିତୀୟ ପର୍ଯ୍ୟାୟରେ ୨୭ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିଛି। ଏହା ସହ ଲୋକସଭାର ତୃତୀୟ ପର୍ଯ୍ୟାୟରେ ୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଦଳ ୭୨ଟି ସିଟ୍ରେ ପ୍ରାର୍ଥୀ ଘୋଷଣା କରିଥିଲା। ଏବେ ୨୭କୁ ମିଶାଇ ଏ ପର୍ଯ୍ୟନ୍ତ ବିଜେଡି ୯୯ଟି ବିଧାନସଭାରେ ପ୍ରାର୍ଥୀ ଘୋଷଣା କରିଛି। ଆହୁରି ୪୮ଟି ସିଟ୍ରେ ପ୍ରାର୍ଥୀ ଦେବା ବାକି ରହିଛି। ସେହିପରି ଲୋକସଭାରେ ୨୦ଟି ଆସନରେ ପାର୍ଟି ପ୍ରାର୍ଥୀ ଦେଇଥିବା ବେଳେ ଆଉ ଗୋଟିଏ ଆସନ ବାକି ରହିଛି।
ପ୍ରାର୍ଥୀ ତାଲିକାରେ ଅନେକ ପୁରୁଣା ମୁହଁକୁ ଦଳ ରିପିଟ୍ କରିଛି। ସବୁଠୁ ବଡ଼ ଖବର ଏହା ଯେ, ମହାଙ୍ଗା ସିଟରୁ ପୁରୁଖା ନେତା ପ୍ରତାପ ଜେନାଙ୍କୁ ଦଳ ପ୍ରାର୍ଥୀ କରିନି। ତାଙ୍କ ବଦଳରେ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ୍ ଦେଇଛି। ଭୁବନେଶ୍ୱର ଉତ୍ତରରୁ ସୁଶାନ୍ତ ରାଉତ ଏବଂ ଏକାମ୍ର ଭୁବନେଶ୍ଵରରୁ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ଏଥର ଉତ୍ତର ଭୁବନେଶ୍ଵରରେ ସୁଶାନ୍ତ ବନାମ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ବିରୋଧରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। କିନ୍ତୁ ଭୁବନେଶ୍ଵର ମଧ୍ୟରେ ବିଜେଡି ପ୍ରାର୍ଥୀ ଦେଇନି। ଏଠାରୁ ବର୍ତ୍ତମାନ ଅନନ୍ତ ନାରାୟଣ ଜେନା ବିଧାୟକ ଅଛନ୍ତି। କିନ୍ତୁ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରା ନ ଯିବା ଏହି ନିର୍ବାଚନ ମଣ୍ଡଳୀରେ ଦଳୀୟ କନ୍ଦଳ ଥିବା ସଙ୍କେତ ମିଳୁଛି। ଅନ୍ୟପକ୍ଷେ ବ୍ରହ୍ମପୁର ସିଟରେ ଦଳ ପୁଣି ଥରେ ବର୍ଷୀୟାନ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଉପରେ ଭରସା ପ୍ରକଟ କରିଛି। ଗତ ନିର୍ବାଚନରେ ରମେଶ ଚନ୍ଦ୍ର ନିର୍ବାଚନ ଲଢି ନ ଥିଲେ ଏବଂ ତାଙ୍କ ସ୍ଥାନରେ ବିକ୍ରମ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଥିଲା।
ବ୍ରଜରାଜନଗର-ଅଳକା ମହାନ୍ତି
ଝାରସୁଗୁଡ଼ା-ଦୀପାଳି ଦାସ
ତଳସରା- ବିନୟ କୁମାର ଟପ୍ପୋ
ସୁନ୍ଦରଗଡ଼- ଯୋଗେଶ ସିଂହ
ରାଜଗାଙ୍ଗପୁର-ଅନୀଲ ବାର୍ଲା
ବଣାଇ- ଭୀମସେନ ଚୌଧୁରୀ
ଯଶୀପୁର- ଚକ୍ରଧର ହେମ୍ବ୍ରମ୍
ଉଦଳା- ଶ୍ରୀନାଥ ସୋରେନ୍
ବାରିପଦା- ସାନନ୍ଦ ମାରାଣ୍ଡି
ବଡ଼ସାହି- ଅନସୂୟା ପାତ୍ର
ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ
ସୋର- ମାଧବ ଧଡା
ଆଠମଲ୍ଲିକ- ନଳିନୀ ପ୍ରଧାନ
ବୀରମହାରାଜପୁର- ପଦ୍ମନାଭ ବେହେରା
ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ- ଜୟଶ୍ରୀ କହଁର
ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା
ତିର୍ତ୍ତୋଲ- ରମାକାନ୍ତ ଭୋଇ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ
ଏକାମ୍ର ଭୁବନେଶ୍ଵର- ଅଶୋକ ଚନ୍ଦ୍ର ପଣ୍ଡା
ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ
ଆସିକା- ମଞ୍ଜୁଳା ସ୍ୱାଇଁ
ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ
ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ
ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ
ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ