ଭୁବନେଶ୍ଵର: ରେସ୍ରେ ଥିଲେ କିନ୍ତୁ କଟିଲେ। ୨୪ ଲଢେଇରୁ ଆଉଟ ୧୯ ବାଜିଗର। କାହାର କଟିଲା ଟିକେଟ, କାହାକୁ ପ୍ରାଇଜ୍ ? ପ୍ରାର୍ଥୀ ତାଲିକାରୁ କଟିଲେ ୩୧ ବିଧାୟକ ।ସବୁ ଦଳ ସବୁ ପ୍ରାର୍ଥୀଙ୍କ ଘୋଷଣା କରିନାହାନ୍ତି। କିନ୍ତୁ ଆଉ ଅଳ୍ପ ବାକି ବେଳେ ଏବେ ପତ୍ତାସାଫ୍ର ଚର୍ଚ୍ଚା। ମାନେ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପିର ବିଧାୟକ ପ୍ରାର୍ଥ ତାଲିକାରେ ଏବେ ସୁଦ୍ଧା କଟିଛି ୩୧ ସିଟିଙ୍ଗ ଏମଏଲ୍ଏଙ୍କ ନାମ ।
ନମ୍ବରରେ ବିଜେଡି ଆଗରେ । ୨୮ ବିଧାୟକ ଏଥର ଲଢିବେନି ।ବିଜେପିର ୩ ବିଧାୟକ ଡ୍ରପ୍ । ତେବେ କିଛି ନେତାଙ୍କୁ ଆଶ୍ବସ୍ତି ।ବିଜେଡି ୪ ଜଣ ବିଧାୟକଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଥିବା ବେଳେ ଦୁଇ ଜଣ ବିଧାୟକଙ୍କ ପୁଅକୁ ଦେଇଛି ଟିକେଟ୍। ଆଉ ଦୁଇ ଜଣ ବିଧାୟକଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିଛି। ସେହିପରି ବିଜେପି ଜଣେ ବିଧାୟକଙ୍କ ବଦଳରେ ତାଙ୍କ ଝିଆରୀଙ୍କୁ କରିଛି ପ୍ରାର୍ଥୀ।
Also read: ସୋନାଲି, ସିପ୍ରା ଓ ସୁରଙ୍କ ପୁଅକୁ ମିଳିଲା ଟିକେଟ୍, କେନ୍ଦୁଝର ଲୋକସଭାରେ ବଦଳିଲେ ପ୍ରାର୍ଥୀ
ବିଜେଡି ଷଷ୍ଠ ପର୍ଯ୍ୟାୟରେ ସର୍ବାଧିକ ୫ ବିଧାୟକଙ୍କ ଟିକେଟ କାଟିଛି। ଟିକେଟ କଟିଥିବା ବିଧାୟକଙ୍କ ମଧ୍ୟରେ ଅଛନ୍ତି ବଡ଼ଚଣାର ଅମର ଶତପଥୀ, କେନ୍ଦ୍ରାପଡ଼ାର ଶଶୀଭୂଷଣ ବେହେରା, ଆନନ୍ଦପୁରର ଭାଗିରଥୀ ସେଠୀ, ସିମୁଳିଆର ଜ୍ୟୋତି ପାଣିଗ୍ରାହୀ ଏବଂ ଚମ୍ପୁଆର ମିନାକ୍ଷୀ ମହାନ୍ତ। ଅମର ଶତପଥୀ ବଡଚଣାରୁ ୬ ଥର ବିଧାୟକ। ତଥାପି ବିଜେଡି ତାଙ୍କୁଭରସା ନକରି ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ପୂର୍ବତନ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ମଧ୍ୟ ଟିକେଟ୍ ତାଲିକାରେ ନାହାନ୍ତି।ତାଙ୍କ ସ୍ଥାନରେ କଂଗ୍ରେସରୁ ଆସିଥିବା ଗଣେଶ୍ବର ବେହେରା ଏବେ କେନ୍ଦ୍ରାପଡାରୁ ବିଜେଡି ପ୍ରାର୍ଥୀ।
ଭେଟରାନ ଲିଡର ନର୍ଲା ବିଧାୟକ ଭୁପିନ୍ଦର ସିଂ ଏଥର ନାହାନ୍ତି ବିଦନସଭା ଦୌଡରେ । ୨୦୧୪ରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ ଭୁପିନ୍ଦର । ୧୯ ର ଆସ୍ଥା ୨୪ କୁ ରହିଲାନି ।ସେହିପରି ନିମାପଡା ବିଧାୟକ ସମୀର ରଂଜନ ଦାଶ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ବସ୍ତା ବିଧାୟକ ନିତ୍ୟନନ୍ଦ ସାହୁ, ସୋରୋ ବିଧାୟକ ପର୍ଶୁରାମ ଧଡା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପଧାନୀ, ଧର୍ମଗଡ ବିଧାୟକ ମୌଷଧି ବାଗଙ୍କୁ ଏଥର ଟିକେଟ ଦେଇନି ବିଜେଡି। ପୁଲବାଣୀ ବିଧାୟକ ଅଙ୍ଗଦ କହର, ପାଟକୁରା ବିଧାୟକ ସବିତ୍ରୀ ଅଗ୍ରଓ୍ବାଲ, ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ, କୋଟପାଡ ବିଧାୟକ ପଦ୍ମିନୀ ଦିଆନ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ମଧ୍ୟ ୨୪ ରେସ୍ରୁ ଆଉଟ୍ ।
ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ବିଜେଡି ପ୍ରାର୍ଥୀ କରି ନଥିଲେ ମଧ୍ୟ ପୁଅ ଅଙ୍କିତ ଜେନାଙ୍କୁ ପ୍ରାର୍ଥୀ କରିଛି। ଚିକିଟି ବିଧାୟକ ଉଷାଦେବୀଙ୍କ ସ୍ଥାନରେ ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ଏଥର ସେଠାରେ ଫାଇଟ୍ କରୁଛନ୍ତି । ସୋରଡାର ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ସ୍ଥାନରେ ତାଙ୍କ ପତ୍ନୀ ସଙ୍ଗମିତ୍ରା ସ୍ବାଇଁଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସେହିପରି ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଟିକେଟ୍ କାଟି ତାଙ୍କ ପତ୍ନୀ ଗୀତାଞ୍ଜଳୀ ରାଉତରାୟକୁ ବିଜେଡି ଶଙ୍ଖ ଧରାଇଛି। ରାଜକିଶୋର ଦାସଙ୍କ ସ୍ଥାନରେ ତାଙ୍କ ପତ୍ନୀ ପ୍ରୀତିନନ୍ଦା କାନୁନଗୋ, ରଜନୀକାନ୍ତ ସିଂଙ୍କ ଟିକେଟ୍ କାଟି ତାଙ୍କ ପତ୍ନୀ ସଯୁକ୍ତା ସିଂଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ବାଙ୍ଗୀରପୋଷୀ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ବିଧାୟକ ପ୍ରାର୍ଥୀ ନ କରି ବିଜେଡି ଯଥାକ୍ରମେ ସମ୍ବଲପୁର , ଏବଂ ମୟୁରଭଞ୍ଜରେ ସାଂସଦ ପ୍ରାର୍ଥୀ କରିଛି।
ବିଜେପି କାଟିଛି ୩ ଜଣ ବିଧାୟକଙ୍କ ଟିକେଟ୍ । ସାରସକଣା ବିଧାୟକ ବୁଦ୍ଧାନ ର୍ମୁମୁଙ୍କୁ ବିଜେପି ଟିକେଟ ଦେଇନି।ମାଲକାନଗିରିରେ ଆଦିତ୍ୟ ମାଢିଙ୍କ ବଦଳରେ ନରସିଂହ ମାଡକାମିଙ୍କୁ ପ୍ରାର୍ଥୀ କରିଛି ଦଳ। ତେବେ ବ୍ରହ୍ମଗରିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସ୍ଥାନରେ ତାଙ୍କ ଝିଆରୀ ଉପସନାକୁ ଦଳ ପ୍ରାର୍ଥୀ କରିଛି। ୨୦୧୯ରେ ବିଜେଡି ୪୨ ବିଧାୟକଙ୍କ ଟିକେଟ କାଟିଥିଲା। ବର୍ତ୍ତମାନ ସୁଦ୍ଧା ୧୩୫ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ୨୮ ବିଧାୟକଙ୍କ ଟିକେଟ୍ କାଟିଛି । ଅବଶିଷ୍ଟ ୧୨ରୁ ବି ଯେ କିଛି ଟିକେଟ ନବଦଳିବ , ତାହା କହିହେବନି ।