Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତୃତୀୟ ଥର ମାଆ ହେବେ ଜେନେଲିଆ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

10/09/2023 at 2:10 PM

ମୁମ୍ଵାଇ ୧୦।୦୯: ବଲିଉଡର ସୁନ୍ଦର ଦମ୍ପତି ରିତେଶ ଦେଶମୁଖ ଏବଂ ଜେନେଲିଆ ଦେଶମୁଖ। ଦୁହିଁଙ୍କୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଯେତେବେଳେ ଉଭୟେ ଏକାଠି ଦେଖିବାକୁ ମିଳେ। ପ୍ରଶଂସକମାନେ ସେମାନଙ୍କ ଉପରେ ପ୍ରେମ ବର୍ଷା କରନ୍ତି। ନିକଟରେ ଉଭୟଙ୍କୁ ଏକ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଥିଲା ​​। ଏଥର ତାଙ୍କ ଫ୍ୟାନ୍ସ ଜେନେଲିଆ ଉପରେ ପଡିଥିଲା । ସେମାନେ ଅନୁମାନ କରୁଛନ୍ତି ଯେ ସେ ଗର୍ଭବତୀ ଅଛନ୍ତି।

ଶନିବାର ଦିନ ଏକ କାର୍ଯ୍ୟକ୍ରମରେ ରିତେଶ ଏବଂ ଜେନେଲିଆ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଥିଲେ । ନୀଳ ପ୍ୟାଣ୍ଟ ସହିତ ଧଳା ସାର୍ଟରେ ରିତେଶଙ୍କୁ ଦେଖିବାକୁ ମିଳିଥିବାବେଳେ ଜେନେଲିଆ ବାଇଗଣୀ ରଙ୍ଗର ସର୍ଟ ଫ୍ରକ୍ ପିନ୍ଧିଥିବାର ନଜର ଆସିଥିଲେ। ଅଭିନେତ୍ରୀ ଖୋଲା କେଶରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏହି ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ପରସ୍ପରର ହାତ ଧରି କ୍ୟାମେରା ପାଇଁ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ଜେନେଲିଆ ତାଙ୍କ ପେଟ ଉପରେ ହାତ ଦେଇଥିବାର ନଜର ଆସିଥିଲେ। ଭିଡିଓରେ ୟୁଜର୍ସମାନେ ଅଭିନେତ୍ରୀଙ୍କୁ ଗର୍ଭବତୀ ଅଛନ୍ତି କି ନାହିଁ ପ୍ରଶ୍ନ କରିଛନ୍ତି।

କହିବାକୁ ଗଲେ ରିତେଶ ଏବଂ ଜେନେଲିଆ ଫେବୃଆରୀ ୨୦୧୨ରେ ବିବାହ କରିଥିଲେ। ଦୁଇ ବର୍ଷ ପରେ, ୨୦୧୪ରେ, ସେମାନେ ସେମାନଙ୍କର ପ୍ରଥମ ସନ୍ତାନ ରିୟାନ୍‌କୁ ସ୍ୱାଗତ କରିଥିଲେ। ୨୦୧୬ ମସିହାରେ, ଜେନେଲିଆ ତାଙ୍କର ଦ୍ୱିତୀୟ ସନ୍ତାନ ରାହୁଲଙ୍କୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ତୃତୀୟ ଥର ପାଇଁ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଛି। ହେଲେ ଏହି ଦମ୍ପତି ଏପର୍ଯ୍ୟନ୍ତ କୌଣସି ସୂଚନ ଦେଇ ନାହାଁନ୍ତି।

   Related Posts