ପ୍ରଥମ ହିନ୍ଦୀ ଉପନ୍ୟାସ ଭାବେ ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇଲା ଗୀତାଞ୍ଜଳି ଶ୍ରୀଙ୍କ ‘ଟମ୍ବ ଅଫ୍ ସ୍ୟାଣ୍ଡ’

Published By : Prameya-News7 Bureau | May 27, 2022 IST

ନୂଆଦିଲ୍ଲୀ ୨୭।୫: ଦିଲ୍ଲୀ ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ହିନ୍ଦୀ ଉପନ୍ୟାସ ‘ଟମ୍ବ ଅଫ୍ ସ୍ୟାଣ୍ଡ’ ସମ୍ମାନଜନକ ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇଛି । ଏହା ଏହି ପୁରସ୍କାର ପାଇବାରେ କୌଣସି ଭାରତୀୟ ଭାଷାରେ ପ୍ରଥମ ପୁସ୍ତକ ହୋଇପାରିଛି । ‘ଟମ୍ବ ଅଫ୍ ସ୍ୟାଣ୍ଡ’ ମୂଳତଃ ‘ରିଟ୍ ସମାଧି’ର ଅନୁବାଦ ଡେଞ୍ଜି ରକବେଲ୍ କରିଥିଲେ ।

ଉପନ୍ୟାସଟି ସାମା ପାର୍ କରିଥିବା ୮୦ବର୍ଷ ବୟସ୍କା ନାୟିକା ଉପରେ ଆଧାରିତ । ଏହି ଉପନ୍ୟାସ ବିଶ୍ବର ସେହି ୧୩ଟି ପୁସ୍ତକ ମଧ୍ୟରୁ ଗୋଟିଏ ଥିଲା ଯାହା ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ତାଲିକାରେ ସାମିଲ ହୋଇଥିଲା । ‘ଟମ୍ବ ଅଫ୍ ସ୍ୟାଣ୍ଡ’ ବୁକର୍ ଜିତିବାରେ ପ୍ରଥମ ହିନ୍ଦୀ ଭାଷା ପୁସ୍ତକ ।

ପୁରସ୍କାର ଜିତିବା ପରେ ୟୁପି ମେନ୍‌ପୁରୀର ଗୀତାଞ୍ଜଳି ଶ୍ରୀ ତାଙ୍କ କହିଛନ୍ତି ଯେ, ମୁଁ କେବେ ବୁକର୍ ସ୍ବପ୍ନ ଦେଖିନଥିଲି । ମୁଁ କେବେ ଭାବି ନଥିଲି ଯେ ମୁଁ କରିପାରିବି । ‘ବାଲି ସମାଧି/ବାଲି କବର’ ସେହି ଦୁନିଆ  ପାଇଁ ଏକ ଶୋକଗୀତ ଯେଉଁଥିରେ ଆମେ ବସବାସ କରୁଛୁ, ଏକ ସ୍ଥାୟୀ ଉର୍ଜା ଯାହା ଆସନ୍ନ କୟାମତ ସାମ୍ନାରେ ଆଶା କରିଥାଏ ।

ପୁସ୍ତକର ୮୦ ବର୍ଷ ବୟସ୍କା ନାୟିକା ମା’, ନିଜ ପରିବାରର ବ୍ୟାକୁଳତା କାରଣରୁ ପାକିସ୍ତାନ ଯାତ୍ରା କରିବାକୁ ଜୋର ଦେଇଛନ୍ତି । ଏହାସହ ବିଭାଜନର ନିଜ କିଶୋର ଅନୁଭବର ସମାଧାନ ହୋଇନଥିବା ଆଘାତର ସାମ୍ନା କରିଛନ୍ତି ଏବଂ ଜଣେ ମା’, ଜଣେ ଝିଅ ହେବାର କ’ଣ ଅର୍ଥ, ଏହାର ପୁନଃମୂଲ୍ୟାଙ୍କନ କରିଥାଏ । ୩ଟି ଉପନ୍ୟାସ ଏବଂ ଅନେକ କାହାଣୀ ସଂଗ୍ରହର ଲେଖକ ୬୪ ବର୍ଷ ବୟସ୍କା ଗୀତାଞ୍ଜଳି ଶ୍ରୀ ତାଙ୍କ ପୁସ୍ତକକୁ ଇଂରାଜୀ, ଫ୍ରେଞ୍ଚ, ଜର୍ମାନ, ସର୍ବିଆ ଏବଂ କୋରିଆରେ ଅନୁବାଦ କରିଛନ୍ତି ।

ମୂଳତଃ ୨୦୧୮ରେ ହିନ୍ଦୀରେ ପ୍ରକାଶିତ ହୋଇଥିବା ‘ଟମ୍ବ ଅଫ୍ ସ୍ୟାଣ୍ଡ’  ଅଗଷ୍ଟ ୨୦୨୧ରେ ଟିଲଟେଡ୍ ଆକ୍ସିସ୍ ପ୍ରେସ୍ ଦ୍ବାରା ୟୁକେରେ ଇଂରାଜୀରେ ପ୍ରକାଶିତ ହୋଇଥିବା ତାଙ୍କର ପ୍ରଥମ ପୁସ୍ତକ । ତାଙ୍କ ଉପନ୍ୟାସକୁ ୬ଟି ପୁସ୍ତକର ଏକ ସଂକ୍ଷିପ୍ତ ତାଲିକାରୁ ଚୟନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.