AIକୁ ନେଇ ଗୀତା ଗୋପିନାଥଙ୍କ ଚେତାବନୀ, ନିୟନ୍ତ୍ରଣ ପାଇଁ ନିୟମ ଆଣିବାକୁ କଲେ ଅପିଲ୍
6/06/2023 at 7:16 PM

ନୂଆଦିଲ୍ଲୀ, ୦୬/୦୬: ଗୋଟିଏ ପଟେ ଦେଶ-ଦୁନିଆରେ କୃତ୍ରିମ ବୁଦ୍ଧିମତା (AI)ର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଉଛି। କମ୍ପାନୀମାନେ ବଡ଼ ସ୍ତରରେ ଏଆଇ ବ୍ୟବହାର ଉପରେ ଧ୍ୟାନ ଦେଉଛନ୍ତି। ଅନ୍ୟ ପଟେ ଏହାଦ୍ବାର ହେବାକୁ ଥିବା ଅସୁବିଧା ଉପରେ ମଧ୍ୟ ଆଲୋଚନା କରାଯାଉଛି। ଆଉ ଏହାରି ମଧ୍ୟରେ ଭାରତୀୟ ବଂଶୋଦ୍ଭବ ତଥା IMFର ପ୍ରଥମ ଉପ ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ ଏଆଇକୁ ନେଇ ଚେତାବନୀ ଦେଇଛନ୍ତି। ସେ ଆଶଙ୍କା କରିଛନ୍ତି। ସେ କହିଛନ୍ତି ଏଆଇ ଯୋଗୁଁ ଆଗାମୀ ଦିନରେ କର୍ମଚାରୀଙ୍କୁ ଅନେକ ପ୍ରକାର ସମସ୍ୟା ହୋଇପାରେ। ଏଥିପାଇଁ ଏହି ପ୍ରଯୁକ୍ତିକୁ ନିୟନ୍ତ୍ରିତ କରିବା ପାଇଁ ନୀତି ନିର୍ଦ୍ଧାରକଙ୍କୁ ଯଥାଶୀଘ୍ର ନିୟମ ଆଣିବା ଦରକାର।
ଏକ ରିପୋର୍ଟ ଅନୁଯାୟୀ, ଗୀତା ଗୋପୀନାଥ ଏଆଇ ଦ୍ବାରା ପ୍ରଭାବିତ ହେଉଥିବା କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଧ୍ୟାନ ଦିଆଯିବା ଦରକାର ବୋଲି କହିଛନ୍ତି। ଏହା ସହ ଏଆଇ ଉପରେ ଟ୍ୟାକ୍ସ ପଲିସି ପ୍ରସ୍ତୁତ କରିବା ପାଇଁ ମଧ୍ୟ କହିଛନ୍ତି। ଯାହାଦ୍ବାରା ଯେଉଁ କମ୍ପାନିମାନେ କର୍ମଚାରୀଙ୍କ ବଦଳରେ ମେସିନ୍ର ବ୍ୟବହାର କରୁଛନ୍ତି ସେମାନଙ୍କୁ ଯେପରି ପ୍ରୋତ୍ସାହନ ନଦିଆଯାଇପାରିବ। ଗୀତା ଗୋପୀନାଥ, ନୀତି ନିର୍ମାତାଙ୍କୁ ଏଭଳି କମ୍ପାନିଙ୍କଠାରୁ ସତର୍କ ରହିବାକୁ କହିଛନ୍ତି ଯେଉଁମାନେ ନୂଆ ଟେକ୍ନୋଲୋଜୀ ମାମଲାରେ ଚାଲେଞ୍ଜ କରିବା କଷ୍ଟକର।
ଆହୁରି ପଢ଼ନ୍ତୁ: କର୍ମଚାରୀଙ୍କ ଚାକିରି ଖାଉଛି AI, ଆମେରିକାରେ ମାସକରେ ୪ ହଜାର ବେରୋଜଗାର
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ମାର୍ଚ୍ଚ ୨୦୨୩ରେ ଗୋଲ୍ଡମ୍ୟାନ୍ ସ୍ୟାକ୍ସ ଏହାର ଏକ ରିପୋର୍ଟରେ ଏଆଇ ଯୋଗୁଁ ୩୦ କୋଟି ଚାକିରି ଉପରେ ବିପଦ ରହିଛି। ଟେକ୍ନୋଲୋଜୀ ସହ ଜଡ଼ିତ ଅନେକ କମ୍ପାନି ବିଭିନ୍ନ ଚାକିରି ବଦଳରେ ଏଆଇ ବ୍ୟବହାର କରିବାକୁ ଚାହୁଛନ୍ତି। ଆଇବିଏମ ସିଇଓ ମଧ୍ୟ ନିକଟରେ ୭୮୦୦ ପଦରେ ନିଯୁକ୍ତି ଉପରେ ରୋକ୍ ଲଗାଯାଇପାରେ ବୋଲି କହିଛନ୍ତି। ଏବଂ ଏହା ସ୍ଥାନରେ ଏଆଇ ବ୍ୟବହାର ହୋଇପାରେ।
ଆହୁରି ପଢ଼ନ୍ତୁ: AI ରୋବଟ୍କୁ ବିବାହ କରି ଗର୍ଭବତୀ ହେଲେ ୨ଟି ସନ୍ତାନର ମା’, ଫଟୋ ହେଉଛି ଭାଇରାଲ….