କରୋନା ଲକ୍ଡାଉନ୍ ଏବଂ ସଟ୍ଡାଉନ୍ରେ ଜିଡିପିକୁ ବଡ଼ ଝଟକା: ଉତ୍ପାଦନ କ୍ଷେତ୍ରରେ ଖସିଛି ୩୯.୩ ପ୍ରତିଶତ
31/08/2020 at 10:10 PM

ନୂଆଦିଲ୍ଲୀ୩୧/୮: କରୋନା କଟକଣା ଲକଡାଉନ ସଟଡାଉନ୍ ଭିତରେ ଦେଶର ଜିଡିପିକୁ ବଡ଼ ଝଟକା ଲାଗିଛି। ରେକର୍ଡ ତଳକୁ ଖସିଛି ଜିଡିପି ଦର। ଏପ୍ରିଲରୁ ଜୁନ୍ କ୍ବାର୍ଟରରେ ଜିଡିପି ରହିଛି ମାଇନସ ୨୩ ଦଶମିକ ୯ ପ୍ରତିଶତ। ଗତ ୪୦ ବର୍ଷରେ ଏହା ହେଉଛି ଦେଶର ସର୍ବନିମ୍ନ ଜିଡିପି। ଲକଡାଉନ ପାଇଁ ବନ୍ଦ ରହିଥିବା ବିଭିନ୍ନ ଶିଳ୍ପ , ବ୍ୟବସାୟ ସଂସ୍ଥା , ଉତ୍ପାଦନ ସଂସ୍ଥାର ପ୍ରଭାବ ଦେଶର ଅର୍ଥନୈତିକ ସ୍ଥିତିକୁ ଗୁରୁତର ଭାବେ ପ୍ରଭାବିତ କରିଛି। ହୋଟେଲ, ଟ୍ରାନ୍ସପୋର୍ଟ, ଏବଂ କମ୍ୟୁନିକେସନ କ୍ଷେତ୍ରରେ ବ୍ୟବସାୟ ୪୭ ପ୍ରତିଶତ ଖସିଥିବା ବେଳେ ଉତ୍ପାଦନ କ୍ଷେତ୍ର ୩୯. ୩ ପ୍ରତିଶତ ଖସିଛି। ସେହିପରି ନିର୍ମାଣ କ୍ଷେତ୍ର ୫୦ ଦଶମିକ ୩ ପ୍ରତିଶତ ମାଡ଼ ଖାଇଛି।
ଖଣିକ୍ଷେତ୍ରରେ ୨୩ ଦଶମିକ ୩ ପ୍ରତିଶତ ହ୍ରାସ ପାଇଛି। କେବଳ କୃଷି କ୍ଷେତ୍ରରେ ୩ ଦଶମିକ ୪ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥନୀତିକୁ ଲାଇନରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଅନେକ ଗୁଡ଼ିଏ ପଦକ୍ଷେପ ନେଇଥିଲେ। ଏହା ସତ୍ତ୍ବେ ବି ଅର୍ଥନୈତିକ ସ୍ଥିତି ଦୋହଲି ଯାଇଛି। ଏବଂ ଏହା ମାଇନସ ସ୍ତରକୁ ଚାଲିଆସିଛି। ଚୀନକୁ ଛାଡ଼ିଦେଲେ ବିଶ୍ବର ବଡ଼ ବଡ଼ ଦେଶର ଜିଡିପି ମାଇନସ ସ୍ତରକୁ ଚାଲି ଆସିଛି।