Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଆଇପିଏଲ ଖେଳିବା ବେଳେ ୱାର୍କଲୋଡ କୁଆଡେ ଯାଏ ? ଭାରତୀୟ କ୍ରିକେଟରଙ୍କୁ ନେଇ ସୁନୀଲ ଗାଭସ୍କରଙ୍କ ବଡ଼ ଟିପ୍ପଣୀ

12/11/2022 at 10:29 AM

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟର ପରାଜିତ ହେବା ପରେ ଟିମ ଇଣ୍ଡିଆକୁ କଡା ସମାଲୋଚନା କରାଯାଉଛି । ୱାର୍କଲୋଡ ମ୍ୟାନେଜମେଣ୍ଟକୁ ନେଇ ରୋହିତ ଶର୍ମା ଏବଂ ଟିମକୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର।

ଗାଭସ୍କର ଆଜ୍‌ତକ୍‌ରେ କହିଛନ୍ତି, ପରିବର୍ତ୍ତନ ହେବ, ଯଦି ବିଶ୍ୱ କପ ଜିତି ପାରୁନ, ତେବେ ପରିବର୍ତ୍ତନ ତ ନିଶ୍ଚତ । ନ୍ୟୁଜିଲାଣ୍ଡ ଗସ୍ତରେ ଯିବାକୁ ଥିବା ଟିମରେ ପରିବର୍ତ୍ତନ ହୋଇଛି । ୱାର୍କଲୋଡ-ୱାର୍କଲୋଡ ମ୍ୟାନେଜମେଣ୍ଟ ନେଇ ଆଲୋଚନା ହେଉଛି, କୀର୍ତି ଏବଂ ମଦନ ଠିକ୍ କହିଛନ୍ତି ଯେ ତାହା କେବଳ ଭାରତ ପାଇଁ ଖେଳିବା ସମୟରେ ହୋଇଥାଏ ।

ସେ କହିଛନ୍ତି, ‘ଆପଣ ଆଇପିଏଲ ଖେଳୁଛନ୍ତି, ପୂରା ସିଜିନ ଖେଳନ୍ତି, ଟ୍ରାଭେଲ କରନ୍ତି । କେବଳ ପୂର୍ବଥର ଆଇପିଏଲ ଚାରୋଟି ସ୍ଥାନରେ ହୋଇଥିଲା। ଅନ୍ୟ ସବୁବେଳେ ଯାତ୍ରା କରିବାକୁ ପଡିଥାଏ । ସେତେବେଳେ କାନ୍ତ ଅନୁଭବ ହୁଏ ନାହିଁ? କେବଳ ଭାରତ ପାଇଁ ଖେଳିବା ସମୟରେ ୱାର୍କଲୋଡ ଆସିଥାଏ । ତାହା ବି ପୁଣି ସେତେବେଳେ ହୋଇଥାଏ ଯେତେବେଳେ ନନ ଗ୍ଲାମରେସ ଦେଶ ଯାତ୍ରା କରନ୍ତି’।

   Related Posts