ନୂଆଦିଲ୍ଲୀ ୧୨।୦୧: କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ରେମଣ୍ଡ କମ୍ପାନୀର ମାଲିକ । ଅନେକ ସମସ୍ଯା ମଧ୍ୟରେ ଘେରି ହୋଇ ରହିଛନ୍ତି ବିଲିୟନେୟାର ଗୌତମ ସିଙ୍ଗାନିଆ । ନିକଟରେ ତାଙ୍କ ପତ୍ନୀ ନୱାଜ ସିଙ୍ଗାନିଆଙ୍କ ଠାରୁ ଛାଡପତ୍ର ଘୋଷଣା କରିବା ପରେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ । ଖାସ୍ କରି ତାଙ୍କ ପତ୍ନୀ ନୱାଜ ମୋଦୀ ସିଙ୍ଗାନିଆ ପେନାଲ୍ଟି ଭାବେ ମାଗିଥିବା ଟଙ୍କାକୁ ନେଇ ଖୁବ୍ ଆଲୋଚନା ହୋଇଥିଲା । ଗୌତମଙ୍କ ମୋଟ ୧୧ ହଜାର କୋଟି ସମ୍ପତ୍ତିର ୭୫% ଅଂଶଧନ ମାଗିଥିଲେ ପତ୍ନୀ ନୱାଜ ମୋଦୀ । ଏମିତିକି ଗୌତମ ସିଙ୍ଗାନିଆଙ୍କ ଉପରେ ମାରପିଟର ଅଭିଯୋଗ ମଧ୍ୟ ଆଣିଥିଲେ । ଆଉ ଏହାପରେ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ ଆସିବାକୁ ଲାଗିଛି ନୂଆ ମୋଡ ।
{"id":894668,"sizeSlug":"full","linkDestination":"none"}
ବର୍ତ୍ତମାନ ପୁଣି ଥରେ ଗୌତମ ସିଙ୍ଗାନିଆ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏହି ମାମଲା ଛାଡପତ୍ରକୁ ନେଇ ନୁହେଁ ବରଂ ସେ ଦେଇଥିବା ୩୨୮ କୋଟି ଟଙ୍କା ଜୋରିମାନାକୁ ନେଇ ରହିଛି । ରିପୋର୍ଟ ଅନୁଯାୟୀ, ସିଙ୍ଗାନିଆ ଏହି ଟଙ୍କାକୁ ଏକ ଜୋରିମାନା ଭାବେ ଦେଇଛନ୍ତି । ଏମିତିକି ଏଥିରେ ବାର୍ଷିକ ୧୫% ସୁଧ ମଧ୍ୟ ଯୋଡି ହୋଇଛି । ବାସ୍ତବରେ ରେମଣ୍ଡ ଗ୍ରୁପ୍ ଦ୍ୱାରା ନିର୍ମିତ ୧୪୨ କାର ଆମଦାନୀ ଉପରେ କଷ୍ଟମ୍ ଡ୍ୟୁଟି ଫାଙ୍କିବା ଅଭିଯୋଗ ହୋଇଛି । ଯାହା ଉପରେ ଲାଗୁ କରାଯାଇଛି ଏହି ଜରିମାନା ।
{"id":894669,"width":838,"height":469,"sizeSlug":"full","linkDestination":"none"}
ଏହି କାରଗୁଡିକ ସୋଥବିଜ୍, ବୋରେଟ୍-ଜ୍ୟାକସନ ଏବଂ ବୋନହମ୍ସରୁ କିଣାଯାଇଥିଲା । ଯେଉଁଥିରେ ୧୩୮ଟି ଭିଣ୍ଟେଜ୍ କାର ଏବଂ ୪ଟି ଆର ଆଣ୍ଡ ଡି ଗାଡି ଅନ୍ତର୍ଭୁକ୍ତ ରହିଥିଲା । DRI ଅନୁଯାୟୀ, ୟୁଏଇ, ହଂକଂ ଏବଂ ଆମେରିକାରେ ପଞ୍ଜୀକୃତ ଏହି କାରଗୁଡିକ କମ୍ ମୂଲ୍ୟରେ ଆମଦାନୀ କରାଯାଇଥିଲା। ୨୦୧୮ ରୁ ୨୦୨୧ ମଧ୍ୟରେ କିଣାଯାଇଥିବା ଏହି କାରଗୁଡିକ ଯୋଗୁଁ ଭାରତ ସରକାରଙ୍କୁ ୨୨୯.୭୨ କୋଟି ଟଙ୍କାର ରାଜସ୍ୱ ହ୍ରାସ ହୋଇଥିଲା । ତେଣୁ ଗୌତମ ସିଙ୍ଗାନିଆଙ୍କ ଉପରେ ଲାଗୁ ହୋଇଥିଲା ଏହି ଜୋରିମାନା । ବର୍ତ୍ତମାନ ଏହି ଜୋରିମାନାକୁ ଦେଇଛନ୍ତି ରେମଣ୍ଡ କମ୍ପାନୀର ମାଲିକ ।
You Can Read:
wp:embed {"url":"https://www.prameyanews7.com/infected-milk-to-students-in-karnataka-belgaum-23-students-admitted-in-hospital/","type":"wp-embed","providerNameSlug":"prameya-news-7"}