ଟିମ୍ ଇଣ୍ଡିଆର ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ଗମ୍ଭୀର, କହିଲେ ରିଦ୍ଧିମାନଙ୍କ ସହ ଅନ୍ୟାୟ ହୋଇଛି, ଯଦି ପନ୍ତ୍ ଫ୍ଲପ୍ ହୁଅନ୍ତି କଣ ହେବ?

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ ୨୫/୧୨ :  ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର ଚୟନ ପ୍ରକ୍ରିୟାକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି । ସେ କହିଛନ୍ତି ଟିମ୍ ମ୍ୟାନେଜମେଣ୍ଟ ଖେଳାଳିଙ୍କ ମଧ୍ୟରେ ଅସୁରକ୍ଷା ସୃଷ୍ଟି କରିଛି । ଗମ୍ଭୀର କହିଛନ୍ତି ଯେ, ରିଦ୍ଧିମାନ ଶାହା ଏବଂ ଋଷଭ ପନ୍ତଙ୍କ ଅଦଳବଦଳ ନିଷ୍ପତ୍ତି ଓ୍ବିକେଟ୍ କିପରମାନଙ୍କ ପ୍ରତି ଅନ୍ୟାୟ ହେବା ଭଳି ଲାଗୁଛି ।

ଆଡିଲେଡ୍‌ରେ ପ୍ରଥମ ଟେଷ୍ଟରେ ଖରାପ ଫର୍ମରେ ଥିବା ରିଦ୍ଧିମାନ ଶାହାଙ୍କୁ ମେଲବର୍ଣ୍ଣରେ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ପାଇଁ ଦଳରୁ ବାଦ୍ ଦିଆଯାଇଛି । ତେବେ ଏହାକୁ ନେଇ ଗମ୍ଭୀର କହିଛନ୍ତି ଯଦି ଆଗାମୀ ୨ଟି ମ୍ୟାଚରେ ଋଷଭ ପନ୍ତ ଖରାପ ପ୍ରଦର୍ଶନ କରନ୍ତି ତ ତାଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯିବ କି ? ରିଦ୍ଧିମାନ ଶାହାଙ୍କୁ ଆଗାମୀ ମ୍ୟାଚ୍‌ରୁ ବାଦ ଦେବା ଦୁର୍ଭାଗ୍ୟଜନକ ବୋଲି ଗମ୍ଭୀର କହିଛନ୍ତି । ସେ କହିଛନ୍ତି ଯଦି ଋଷଭ ପନ୍ତ ଖରାପ ପ୍ରଦର୍ଶନ କରନ୍ତି ତେବେ ପୁଣି ଥରେ ରିଦ୍ଧିମାନ ଶାହାଙ୍କୁ ଦଳରେ ସାମିଲ କରାଯିବ କି ?

ଗୌତମ ଗମ୍ଭୀର କହିଛନ୍ତି ଯେ, ଖେଳାଳିମାନେ କଥାରେ ନୁହେଁ କାମରେ ସୁରକ୍ଷିତ ମନେକରନ୍ତି । ବର୍ତ୍ତମାନ ଟିମ୍ ଅସ୍ଥିର ଥିବା ଭଳି ଲାଗୁଛି । କାହିଁକିନା ପେଶାଦାର ଖେଳରେ ସୁରକ୍ଷା ଭାବନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଦେଶ ପାଇଁ ଖେଳୁଥିବା ପ୍ରତ୍ୟେକ ଖେଳାଳି ପ୍ରତିଭାବାନ୍ ହୋଇଥାନ୍ତି । ସେ କହିଛନ୍ତି କେବଳ ଭାରତକୁ ଛାଡିଦେଲେ ଅନ୍ୟ ଦେଶମା​‌ନେ ଓ୍ବିକେଟକିପରଙ୍କୁ ଅଦଳବଦଳ କରନ୍ତି ନାହିଁ । ପନ୍ତ ଏବଂ ଶାହା ଉଭୟଙ୍କ ସହ ଦୀର୍ଘଦିନ ହେବ ଅନ୍ୟାୟ ହୋଇଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.