ଛାଡିଲେ ଲକ୍ଷ୍ନୌ ହାତ, ୬ ବର୍ଷ ପରେ କୋଲକତା ନାଇଟ୍ ରାଇଡର୍ସକୁ ଫେରିଲେ, ଜାଣନ୍ତୁ କେଉଁ ପଦ ସମ୍ଭାଳିବେ ଗୌତମ

Published By : Prameya-News7 Bureau | November 22, 2023 IST

ମୁମ୍ୱାଇ ୨୨/୧୧: ସରିଛି ବିଶ୍ୱକପ । ଏବେ ଚାଲିବ ଫଟାଫଟ୍ କ୍ରିକେଟ । ଆରମ୍ଭ ହେବ ୨୦୨୪ ଆଇପିଏଲ । ତେବେ ଏହା ପୂର୍ବରୁ ହୋଇଛି ବଡ ପରିବର୍ତ୍ତନ । ଦୀର୍ଘ ୬ ବର୍ଷ ପରେ କୋଲକାତା ନାଇଟ ରାଡର୍ସସକୁ ଫେରିଛନ୍ତି ଗୌତମ ଗମ୍ଭୀର । କେକେଆର୍ ସିଇଓ ଭେଙ୍କି ମୈସୁର ଘୋଷଣା କରିଛନ୍ତି ଯେ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର ଫେରୁଛନ୍ତି । ଦଳରେ ସେ "ମେଣ୍ଟର" ଭାବରେ ନିୟୋଜିତ ରହିବେ ।

ମୁଖ୍ୟ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ । ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟରସିପ୍ ଛାଡିବା ପରେ ଗୌତମ ସେୟାର କରିଛନ୍ତି ଭାବପ୍ରବଣ ଟ୍ୱିଟ୍ । ଯେଉଁଥିରେ ସେ ଏହି ପୋଷ୍ଟ ଲେଖିଛନ୍ତି ଭାବପ୍ରବଣ ମେସେଜ୍ । ସେ X ରେ ଏକ ପୋଷ୍ଟ ଲେଖିଥିଲେ (ପୂର୍ବରୁ ଟ୍ୱିଟର) । ସେ ଏକ ପୋଷ୍ଟ ଲେଖିଥିଲେ ଲକ୍ଷ୍ନୌ ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫ୍ ଏବଂ ଦଳ ସହିତ ଜଡିତ ସମସ୍ତଙ୍କଠାରୁ ମୁଁ ସମର୍ଥନ ପାଇଲି ।

wp:html /wp:html

ମୁଁ ଡକ୍ଟର ସଞ୍ଜୀବ ଗୋଏଙ୍କା (ଲକ୍ଷ୍ନୌ ଦଳର ମାଲିକ) କୁ ଧନ୍ୟବାଦ ଦେବାକୁ ଚାହେଁ । ଗମ୍ଭୀର ଆହୁରି ଲେଖିଛନ୍ତି - ଡକ୍ଟର ଗୋଏଙ୍କାଙ୍କ ନେତୃତ୍ୱ ଥିଲା ଉତ୍କୃଷ୍ଟ । ମୁଁ ଆଶା କରୁଛି ଭବିଷ୍ୟତରେ ଲକ୍ଷ୍ନୌ ବି ମଧ୍ୟ ଭଲ ପ୍ରଦର୍ଶନ କରିବ । ଏହା LSG ପ୍ରଶଂସକମାନଙ୍କୁ ଗର୍ବିତ କରିବ। ସେଥିପାଇଁ ମୋର ସବୁ ଟିମ୍‌ ମେଟ୍‌କୁ ଶୁଭକାମନା ।

ଗୌତମ ଗମ୍ଭୀର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ସହ ଯୋଡି ହୋଇ ରହିଥିଲେ । ସେ ୨୦୨୨-୨୦୨୩ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଟିମର ମେଣ୍ଟର ଭାବେ ନିୟୋଜିତ ଥିଲେ । ଗମ୍ଭୀର କୋଲକତା ନାଇଟ୍ ରାଇଡର୍ସର ଅଧିନାୟକ ଥିବା ବେଳେ ୨୦୧୨ ଓ ୨୦୧୪ ଆଇପିଏଲରେ ଦଳ ହାତେଇଥିଲେ କପ୍ ।

ଗୌତମ ଗମ୍ଭୀର ୨୦୧୧ ରୁ ୨୦୧୭ ପର୍ଯ୍ୟନ୍ତ କୋଲକତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିଥିଲେ । ୨୦୧୭ ପରେ କୋଲକତା ନାଇଟ୍ ରାଇଡର୍ସରୁ ସମସ୍ତ ସଂପର୍କ ତୁଟାଇ ଦେଇଥିଲେ ଏହି ପୂର୍ବତନ ଖେଳାଳୀ । ହେଲେ ଏବେ ୬ ବର୍ଷ ପରେ ଗମ୍ଭୀର ପୁଣିଥରେ କୋଲକତା ନାଇଟ ରାଇଡର୍ସ ଟିମ୍ ସହ ଯୋଡି ହେବାକୁ ଯାଉଛନ୍ତି । ତାଙ୍କୁ ୨୦୨୪ ଆଇପିଏଲ ପାଇଁ କୋଲକତା ନାଇଟ୍ ରାଇଡର୍ସ ଟିମର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି ।

you can also read....

wp:embed {"url":"https://www.prameyanews7.com/australias-david-warner-likely-to-play-2027-odi-world-cup-he-rejected-speculation-of-his-retirement/","type":"wp-embed","providerNameSlug":"prameya-news-7"}
https://www.prameyanews7.com/australias-david-warner-likely-to-play-2027-odi-world-cup-he-rejected-speculation-of-his-retirement/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.