‘କେତେ କ୍ୟାପ୍ଟେନ୍ ଆସିବେ ଆଉ ଯିବେ’, କିନ୍ତୁ ଧୋନିଙ୍କ ରେକର୍ଡ ଭାଙ୍ଗିବା ଅସମ୍ଭବ- ଗମ୍ଭୀର
30/09/2023 at 11:49 AM

ମୁମ୍ବାଇ ୩୦।୦୯ : ଧୋନି ହିଁ ଜଣେ ମାତ୍ର କ୍ୟାପଟେନ୍ । ଯାହାଙ୍କୁ ବି କୌଣସି ଖେଳାଳି ରିପ୍ଲେସ୍ କରିପାରିବେ ନାହିଁ । କେତେ ଖେଳାଳି ଆସିବ, ଆଉ କେତେ ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ବି ଦିଆଯିବ । କିନ୍ତୁ କୌଣସି ବି ଅଧିନାୟକ ଧୋନିଙ୍କ ରେକର୍ଡ ସହିତ ସମକକ୍ଷ କରିପାରେବିନାହିଁ । ଏପରି ଆମେ କହୁନାହିଁ । ବରଂ ଭାରତୀୟ କ୍ରିକେଟ୍ର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର କହିଛନ୍ତି ।
ଷ୍ଟାର ସ୍ପୋର୍ଟସ୍ଙ୍କୁ ଦେଇଥିବା ସାକ୍ଷାତକାରରେ ଗୌତମ ଗମ୍ଭୀର କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ରେ ଧୋନି ଏପରି ଏକ ଅଧିନାୟକ। ଯିଏକି ଭାରତୀୟ କ୍ରିକେଟ୍କୁ ବହୁ ଉଚ୍ଚସ୍ତରକୁ ନେଇଛନ୍ତି । ନିଜ କ୍ୟାପଟେନ୍ସିପ୍ କ୍ୟାରିୟରରେ ଧୋନି ଆଇସିସିର ତିନୋଟି ଟ୍ରଫି ଜିତିଛନ୍ତି । ବିଶ୍ୱ କ୍ରିକେଟ୍ରେ କୌଣସି ବି ଅଧିନାୟକ ଏପରି କାର୍ନାମା କରିନାହାନ୍ତି । ଧୋନି ହିଁ ଏକମାତ୍ର ଅଧିନାୟକ, ଯିଏ ଏପରି କରିଛନ୍ତି ।
ସେହିପରି ଭାରତୀୟ କ୍ରିକେଟ୍ରେ ଅନେକ ଅଧିନାୟକ ଆସିଛନ୍ତି ଆଉ ଆସିବ ମଧ୍ୟ ଆଗକୁ । କିନ୍ତୁ ଧୋନିଙ୍କ ରେକର୍ଡ ଭାଙ୍ଗିବା କୌଣସି ବି ଅଧିନାୟକ ପକ୍ଷେ ଅସମ୍ଭବ । ଧୋନିଙ୍କ ମ୍ୟାଚ୍ ବିଜୟ ରେକର୍ଡକୁ କିଏ ସମକକ୍ଷ ହୋଇପାରନ୍ତି । ହେଲେ ତାଙ୍କର ତିନୋଟି ଆଇସିସି ଟ୍ରଫି ବିଜୟ ରେକର୍ଡ ଭାଙ୍ଗିବା ବହୁତ କଷ୍ଟ । ଧୋନିଙ୍କ ପରେ କେତେ ଅଧିନାୟକ ଆସିଲେଣି , କେହି ବି ଏବେ ଯାଏଁ ଧୋନିଙ୍କ ରେକର୍ଡ ଭାଙ୍ଗିନାହାନ୍ତି । ୨୦୧୩ରେ ଭାରତୀୟ ଟିମ୍ ଶେଷ ଥର ପାଇଁ ଆଇସିସି ଟ୍ରଫି ଧୋନିଙ୍କ ନେତୃତ୍ୱରେ ଜିତିଥିଲା । ସେବେଠାରୁ କୌଣସି ବି ଆଇସିସି ଟ୍ରଫି ଭାରତୀୟ ଟିମ୍ ବିଜୟୀ ହୋଇନାହିଁ ।
ସୂଚନାଯୋଗ୍ୟ ଯେ, ୨୦୦୭ ମସିହାରେ ଧୋନି ଭାରତୀୟ ଟିମ୍ର ଅଧିନାୟକ ଭାର ସମ୍ଭାଳିଥିଲେ । ଅଧିନାୟକ ଭାବେ ଧୋନି ପ୍ରଥମେ ୨୦୦୭ରେ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଥିଲେ । ଏହାପରେ ୨୦୧୧ରେ ଆଇସିସି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଟ୍ରଫି ଜିତିଥିଲେ । ଦୀର୍ଘ ୨୮ ବର୍ଷ ପରେ ଭାରତୀୟ ଟିମ୍ ଦିନିକିଆ ବିଶ୍ୱକପ୍ ଟ୍ରଫି ଜିତିଥିଲା । ଆଉ ଶେଷରେ ୨୦୧୩ରେ ଆଇସିସି ଚମ୍ପିଆନ୍ସିପ୍ ଟ୍ରଫି ହାତେଇଥିଲେ । ଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତୀୟ ଟିମ୍ ଚମ୍ପିଆନ୍ ହୋଇଥିଲା । ବିଶ୍ୱରେ ଧୋନି ହିଁ ଏକମାତ୍ର ଅଧିନାୟକ ଯିଏ, ଆଇସିସିର ତିନୋଟି ଟ୍ରଫି ହାତେଇଛନ୍ତି । ଆଉ କୌଣସି ଅଧିନାୟକ ଏପରି କରିବାରେ ସକ୍ଷମ ହୋଇନାହାନ୍ତି ।