IPL ଟ୍ରଫି ଜିତିବା ପରେ ଗୌତମ ଗମ୍ଭୀରଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କାହାକୁ ଦେଲେ ଶ୍ରେୟ ?

Published By : Prameya-News7 Bureau | May 27, 2024 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ଟ୍ରଫି ଜିତିବା ପରେ ଗୌତମ ଗମ୍ଭୀରଙ୍କ ପ୍ରଥମ ପ୍ରତିକ୍ରିୟା ସାମନାକୁ ଆସିଛି । ଏଥିରେ ଗୌତମ ଗମ୍ଭୀର କେକେଆରର ପ୍ରତିଟି ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି । ଗମ୍ଭୀର କହିଛନ୍ତି ଯେ ମାର୍ଚ୍ଚ ୧୫ରେ ଯାହା ମୁଁ ନିଜ ଟିମକୁ କହିଥିଲି, ମୁଁ ବିଶ୍ୱାସ କରେ ଯେ ଅନ୍ୟ ୯ ମେଣ୍ଟର ମଧ୍ୟ ନିଜ ଟିମକୁ ତାହା ହିଁ କହିଥିବେ । ସମସ୍ତେ ମେ ୨୬ରେ ଫାଇନାଲ ଖେଳିବାକୁ ଚାହୁଁଥିଲେ । କିନ୍ତୁ ମୋର କହିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଖେଳାଳିଙ୍କ ରେସପନ୍ସ । ଯେଉଁ ସଚ୍ଚୋଟ ମନୋଭାବ ସହ ଖେଳାଳି ପରିଶ୍ରମ କରିଛନ୍ତି, ତାହା ହିଁ ଆମକୁ ଏହି ଟୁର୍ଣ୍ଣାମେଣ୍ଟ ଜିତାଇଛି । ଉଲ୍ଲେଖଯୋଗ୍ୟ ଯେ ଗୌତମ ଗମ୍ଭୀରଙ୍କ ମେଣ୍ଟରଶିପରେ କେକେଆର ୧୦ ବର୍ଷ ପରେ ଆଇପିଏଲ ଜିତିବାରେ ସଫଳ ହେଲା । ଏଥିପାଇଁ ଗୌତମ ଗମ୍ଭୀରଙ୍କୁ ବେଶ ପ୍ରଶଂସା କରାଯାଉଛି । କିନ୍ତୁ ଗମ୍ଭୀର ନିଜେ ଏହି ବିଜୟର କ୍ରେଡିଟ୍ ନେବାକୁ ମନା କରିଛନ୍ତି ।

ଗୌତମ ଗମ୍ଭୀର ନିଜ ବୟାନରେ ଭାଗ୍ୟର କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ପରିଶ୍ରମ ଏବଂ ଭାଗ୍ୟର ସଂଯୋଗ ବି କରିଛନ୍ତି । କେକେଆର ମେଣ୍ଟର କହିଛନ୍ତି ଯେ ବାସ୍ତବତା ଏହା ଯେ ଯଦି ଆପଣ ସଚ୍ଚୋଟତା ସହ ଝାଳ ବୁହାଇଛନ୍ତି, ସେତେବେଳେ ଯେଉଁ ପଏଣ୍ଟ ୱାନ ଭାଗ୍ୟ ହୋଇଥାଏ ତାହା ମଧ୍ୟ ଆପଣଙ୍କ ସାହାଯ୍ୟ କରିବ । ଏହାସହ ଗୌତମ କହିଛନ୍ତି ଯେ ଯୋ କୁହାଯାଏ ଏହା ମେଣ୍ଟରଙ୍କ ଟିମ୍, ଏହା କ୍ୟାପ୍ଟେନଙ୍କ ଟିମ୍, ଏହା ଖେଳାଳିଙ୍କ ଟିମ୍ । ପ୍ରକୃତରେ ଏମାନଙ୍କ ପୂର୍ବରୁ ଆମ ଟିମ୍ ଫ୍ୟାନ୍ସଙ୍କ ଟିମ୍ ।


ଉଲ୍ଲେଖଯୋଗ୍ୟ ଯେ କେକେଆର ବୋଲରଙ୍କ ଭଲ ପ୍ରଦର୍ଶନ ଏବଂ ଭେଙ୍କଟେଶ ଆୟରଙ୍କ ଅପରାଜିତ ଅର୍ଦ୍ଧଶତକ ପାଳି ଯୋଗୁଁ ରବିବାର ଆପିଏଲ ୨୦୨୪ରେ ଏକତରଫା ଫାଇନାଲ ଜିତିବାରେ ସଫଳ ହୋଇଥିଲା । କେକେଆର ଗୌତମ ଗମ୍ଭୀରଙ୍କ କ୍ୟାପ୍ଟେନ୍ସିରେ ୨୦୧୨ ଏବଂ ୨୦୧୪ରେ ଆଇପିଏଲ୍ ଟ୍ରଫି ଜିତିଥିଲା । ଏଥର ଗୁରୁ ଗମ୍ଭୀର କୁଶଳ ରଣନୀତିକାର ରୂପେ କେକେଆରକୁ ତୃତୀୟ ଟ୍ରଫି ଜିତାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.