ରୋହିତ ଓ ବିରାଟଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ମୁହଁ ଖୋଲିଲେ ଗୌତମ ଗମ୍ଭୀର କହିଲେ, ବର୍ତ୍ତମାନ ମୋତେ ଲାଗୁଛି...

Published By : Prameya-News7 Bureau | July 24, 2019 IST

ନୂଆଦିଲ୍ଲୀ୨୪|୭: ବିଶ୍ବକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ଟିମ ଇଣ୍ଡିଆ ହାରିବା ପରେ ଭାରତୀୟ ଖେଳାଳିଙ୍କୁ ନେଇ ସବୁଆ​‌ଡେ ଚର୍ଚ୍ଚା ହେଉଛି। ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ପୃଥକ ରଣନୀତି ପ୍ରସ୍ତୁତ କରାଯିବା କଥା ଚର୍ଚ୍ଚା ହେଉଛି । ଏଥିସହ ଉଭୟଙ୍କୁ ପୃଥକ କ୍ୟାମ୍ପ ପାଇଁ ମଧ୍ୟ ପ୍ରସ୍ତୁତ କରାଯିବା କଥା ମଧ୍ୟ ଚର୍ଚ୍ଚା ହେଉଛି। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ବିବାଦ ଉପରେ ଭାରତୀୟ ଟିମର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମୁହଁ ଖୋଲିଛନ୍ତି ।

ବିରାଟ ଓ ରୋହିତ ଶର୍ମାଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ବିବାଦକୁ ଅସ୍ବୀକାର କରିଛନ୍ତି ଗମ୍ଭୀର। ସେ କହିଛନ୍ତି, ଅଧିକାଂଶ ସମୟରେ ହାରିବା ପରେ ଏହଭଳି ଗୁଜବ ଉଠିଥାଏ। ତେବେ ପୂର୍ବ ଟୁର୍ଣ୍ଣାମେଣ୍ଟରେ ଏହିଭଳି ଦେଖିବାକୁ ମିଳିନଥିଲା। ଯଦି ଉଭୟଙ୍କ ମଧ୍ୟରେ ଏମିତି ପରସ୍ଥିତି ସୃଷ୍ଟି ହେଉଥାଏ ତେବେ ଭାରତୀୟ କ୍ରିକେଟ ବୋର୍ଡ(ବିବିସିଆଇ)କୁ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବା ଉଚିତ୍ ବୋଲି ଗମ୍ଭୀର କହିଛନ୍ତି।

ରୋହିତ ଓ ବିରାଟ ଉଭୟଙ୍କ ବିବାଦକୁ ନେଇ ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି, ରୋହିତ ଓ ବିରାଟ ଯାହା କରୁଛନ୍ତି ଠିକ୍ କରୁନାହାନ୍ତି ମୁଁ ଖବର କାଗଜରେ ପଡ଼ିଥିଲି। ରୋହିତ ଓ କୋହଲି ଦୁଇଜଣ ଏପରି କରିପାରିବେ ନାହିଁ ବୋଲି ସେ କହିଛନ୍ତି। ସେ ଦୁଇଜଣ ଅଭିଜ୍ଞ ଓ ପରିପକ୍ବ ଖେଳାଳି ବହୁ ବର୍ଷ ହେଲା ଭାରତୀୟ ଟିମରେ ଖେଳୁଛନ୍ତି। ଚର୍ଚ୍ଚା ହେଉଥିବା କଥାରେ ସତ୍ୟତା ଥିଲେ ବିସିସିଆଇ ହସ୍ତକ୍ଷେପ କରିବା ଉଚିତ ବୋଲି ଗୌତମ ଗମ୍ଭୀର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.